‘ଏବେ ଗର୍ଭବତୀ ହୁଅନି, କିଛି ମାସ ଅପେକ୍ଷା କର’ କାହିଁକି ଏପରି ଅଦ୍ଭୁତ ନିର୍ଦ୍ଦେଶ ଜାରିକଲେ ସରକାର? କାରଣ ଆଶ୍ଚର୍ଯ୍ୟ କରିଦେବ

 
‘ଏବେ ଗର୍ଭବତୀ ହୁଅନି, କିଛି ମାସ ଅପେକ୍ଷା କର’ କାହିଁକି ଏପରି ଅଦ୍ଭୁତ ନିର୍ଦ୍ଦେଶ ଜାରିକଲେ ସରକାର? କାରଣ ଆଶ୍ଚର୍ଯ୍ୟ କରିଦେବ

"ବର୍ତ୍ତମାନ ସମୟରେ ଗର୍ଭବତୀ ହୁଅନାହିଁ, ଆଉ କିଛି ମାସ ଅପେକ୍ଷା କରିଯାଅ", ନିଜ ଦେଶର ଜନ ସାଧାରଣଙ୍କୁ ଏହିପରି ଅନୁରୋଧ କରିଛନ୍ତି ବ୍ରାଜ଼ିଲ ସରକାର। ସେଠାରେ କରୋନା ର ଦୂତୀୟ ଲହରୀ ରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏଭଳି ଅଜବ୍ ଅନୁରୋଧ କରିଛନ୍ତି ବ୍ରାଜ଼ିଲ ସରକାର।

ବ୍ରାଜିଲ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ରାଫାଇଲ ପାରେଣ୍ଟେଙ୍କ କହିବା ଅନୁଯାଇ ବର୍ତ୍ତମାନ ବ୍ରାଜ଼ିଲ ରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିଛି। ଏଥି ସହିତ କରୋନା ର ଏହି ନୂଆ ଷ୍ଟ୍ରେନ୍ ରେ ଖାସ୍ କରି କେବଳ ଗର୍ଭବତୀ ମହିଳା ଆକ୍ରାନ୍ତ ହେଉଥିବାରୁ ଏଭଳି ବ୍ରାଜ଼ିଲ ସରକାର ଏଭଳି ନିଷ୍ପତ୍ତି ନେଇଥିଲା କୁହାଯାଉଛି।

ବ୍ରାଜ଼ିଲ ରେ ଦେଖା ଯାଉଥିବା ନୂଆ ଷ୍ଟ୍ରେନ ପ୍ରଥମେ ମାନାଉସ୍ ସହର ରୁ ବ୍ୟାପିଥିବା ବେଳେ। ଏହା ପ୍ରଥମ ଷ୍ଟ୍ରେନ ଠାରୁ ଖୁବଶୀଘ୍ର ବ୍ୟାପୁଥିବା ଦେଖିବାକୁ ମିଳିଛି। ତେବେ ଏହି ଷ୍ଟ୍ରେନ ୩୦ ରୁ ୪୦ ବର୍ଷୀୟ ଲୋକଙ୍କୁ ଅଧିକ ବ୍ୟାପୁଥିବା ଦେଖିବାକୁ ମିଳିଛି। ତେଣୁ ଏହି ପରିସ୍ଥିତିରେ ବ୍ରାଜ଼ିଲ ରେ ସମ୍ପୂର୍ଣ୍ଣ ଲକଡ଼ାଉନ କରାଯାଇଛି।