ଗର୍ଲଫ୍ରେଣ୍ଡ ପାଇଁ ଝିଅ ବେଶରେ ପରୀକ୍ଷା ଦେଉଥିଲେ ଯୁବକ, ଧରାପଡିଗଲେ ଆଉ ତାପରେ...
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଫରିଦକୋର୍ଟରୁ । ବୟଫ୍ରେଣ୍ଡ ଜଣଙ୍କ ଗର୍ଲ ଫ୍ରେଣ୍ଡ୍ ପାଇଁ ହେଲ୍ଥ ସାଇନ୍ସ ପରୀକ୍ଷା ଦେବା ନିମନ୍ତେ ହଲ୍ ଭିତରକୁ ଯାଇ ଥିଲେ । କେହି ନ ଚିହ୍ନି ପାରିବା ପାଇଁ ନକାଲି ଆଧାରକାର୍ଡ ଓ ଅନ୍ୟ ନକଲି ଆବଶ୍ୟକୀୟ ପ୍ରମାଣ ପତ୍ର ମଧ୍ଯ ସାଙ୍ଗରେ ନେଇଥିଲେ ।
Follow our WhatsApp channel and get all the Latest news
କେବଳ ସେତିକି ନୁହେଁ ଯୁବକ ଜଣକ ଯୁବତୀଙ୍କ ଭଳି ଡ୍ରେସ ପିନ୍ଧିବା ସହିତ ଯୁବତୀଙ୍କ ଭଳି ଟିପ ଟପ୍ ମେକପ ମଧ୍ୟ କରିଥିଲେ । କାହାର ଟିକେ ବି ଡାଉଟ୍ ନ ହେଉ ସେଥି ପାଇଁ ମୁହଁକୁ ଛାଡି ଶରୀରର ସବୁ ଅଙ୍ଗକୁ ଘୋଡାଇ ରଖିଥିଲେ । ଏହି ପରୀକ୍ଷା ଟି କୋର୍ଟ କୋଟକାପୁରାର୍ ଡିଏଭୀ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହେଉଥିଲା ।
ସେଠାକାର କର୍ତ୍ତୃପକ୍ଷ ମାନଙ୍କୁ ସନ୍ଦେହ ହେବାରୁ ସେମାନେ ଯୁବକ ଜଣଙ୍କୁ ଅଟକାଇ ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଜଣଙ୍କୁ ଗିରଫ କରିଛି । ପୋଲିସ୍ ର କହିବା ଅନୁସାରେ ଯୁବକ ନାମ ହେଉଛି ଅଂଗ୍ରେ ସିଂହ ଓ ସେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି କାର୍ଯ୍ୟ କରୁଥିଲେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।