ମୁଣ୍ଡରେ ଚଢ଼ିଲା "ପୁଷ୍ପା" ନିଶା! ପରୀକ୍ଷା ଖାତାରେ ଛାତ୍ର ଲେଖିଲେ- ‘ପୁଷ୍ପା ପୁଷ୍ପା ରାଜ ଅପୁନ୍ ଲିଖେଗା ନେହିଁ ସାଲା’... ଦେଖନ୍ତୁ ଭିଡ଼ିଓ
କିଛି ଦିନ ପୂର୍ବରୁ ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ "ପୁଷ୍ପା" ଥିଏଟର୍ ମାନଙ୍କରେ ରିଲିଜ୍ ହୋଇଥିଲା। ଚଳଚିତ୍ର ରିଲିଜ୍ ହେବାପରେ ଏହା ଖୁବ୍ ଲୋକପ୍ରିୟ ହୋଇଥିଲା। ଅଲ୍ଲୁ ଅର୍ଜୁନଙ୍କ ଦମଦାର ଆକ୍ଟିଂ ସହିତ ଡ଼ାଏଲଗ୍ ଅନେକଙ୍କ ମନକୁ ଛୁଇଁ ଯାଇଥିଲା। ତେବେ, ଏହି ଫିଲ୍ମର ଡାଏଲଗ୍ ‘ମେ ଝୁକେଗା ନେହିଁ ସାଲା’ ରିଲ୍ସ ଗୁଡିକରେ ଖୁବ ପ୍ରଚଳିତ ହୋଇଥିଲା। ଏବେ ପରୀକ୍ଷା ଖାତାରେ ମଧ୍ୟ ପୁଷ୍ପା ରାଜ୍ ଦେଖିବାକୁ ମିଳିଛି।
କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ହେଁ ଏପରି ଏକ ଅଜବ ଘଟଣା ପଶ୍ଚିମବଙ୍ଗ ଠାରେ ଘଟିଛି। ଏଠାରେ ଦଶମ ବୋର୍ଡ ପରୀକ୍ଷାରେ ଜଣେ ଛାତ୍ର ଉତ୍ତର ଖାତାରେ ‘ପୁଷ୍ପା ପୁଷ୍ପା ରାଜ ଅପୁନ୍ ଲିଖେଗା ନେହିଁ ସାଲା’ ଲେଖିଥିବା ଜଣାପଡିଛି। ଏହି ଖାତାର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
ଦୀର୍ଘ ଦୁଇବର୍ଷର କରୋନା କଟକଣା ପରେ ଅଫଲାଇନ୍ ପରୀକ୍ଷା ହେଉଥିବା ବେଳେ ଉତ୍ତର ଖାତାରେ ପିଲାମାନଙ୍କର ଏଭଳି ଉତ୍ତର ବୁଦ୍ଧିଜୀବିଙ୍କୁ ଚିନ୍ତାରେ ପକାଇଛି। ଛାତ୍ରଟିର ଏଭଳି ଉତ୍ତର ଦେଖି ଶିକ୍ଷକ ଆବାକ୍ ହୋଇଯାଇଥିବା ବେଳେ ଉତ୍ତର ଖାତାରେ ସିନେମା ଡ଼ାଏଲଗ୍ ଲେଖିଥିବା ଏହି ପିଲାଟିର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।