ଧନ୍ୟ ଏମିତି ପୁଅ ? ଗୋଟିଏ ଦିନରେ ଦୁଇ ଥର ସାଜିଲା ବର, ସକାଳେ ପ୍ରେମିକାକୁ ବାହା ହେଲେ ଆଉ ରାତିରେ...

 
Bara

ଆଜିକାଲିକା ଯୁବପିଢୀ ଏଭଳି ସବୁ କାମ କରୁଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ଜଣେ ଯୁବକ ଦୁଇ ଦୁଇଜଣ ଝିଅଙ୍କ ସହ ଏଭଳି କାମ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଗୋଟିଏ ଦିନରେ ଦୁଇ ଦୁଇଥର ବର ସାଜିଲା ପ୍ରେମିକ । ଏହି ଯୁବକ ଜଣକ ସକାଳେ ତାର ଗାର୍ଲ୍ ଫ୍ରେଣ୍ଡ୍ ସହ କୋର୍ଟ ମ୍ୟାରେଜ କରିଲା ଆଉ ରାତିରେ ଆଉ ଜଣଙ୍କୁ ବିବାହ କରିଲା । 

ଏହି ଯୁବକ ଜଣକର ପରିବାର ଗୋଟିଏ ଝିଅ ସହ ତାର ବାହାଘର ଠିକ୍ କରିଥିଲେ । ଆଉ ଏହି ଯୁବକ ଜଣକ ପୂର୍ବରୁ ଅନ୍ୟ ଜଣେ ଝିଅକୁ ଭଲ ପାଉଥିଲା । ଆଉ ଘରେ ରାଜି ହେବେ ନାହିଁ ବୋଲି କୋର୍ଟ ମ୍ୟାରେଜ୍ କରିଲେ ଆଉ ପରେ ଏହି ଝିଅ ସହ ଏଭଳି କରିଲା ଯୁବକ ଜଣକ । ଯୁବକ ଜଣକ ଝିଅ ସହ କୋର୍ଟ ବିବାହ କରିଲା । ଆଉ ଉଭୟ ବହୁତ ଖୁସି ଥିଲେ । ଏହାପରେ ଘରଲୋକଙ୍କୁ ବୁଝାଇବ ବୋଲି କହି ଘରକୁ ଆସିଥିଲା । ଆଉ ଘରେ ପ୍ରସ୍ତାବିତ ହୋଇ ଠିକ୍ କରାଯାଇଥିବା କନ୍ୟା ସହ ବିବାହ କରିଲା ।

ଏହି ଯୁବକ ଜଣକ ରାତିରେ ବରଯାତ୍ରୀ ସାଙ୍ଗରେ ନେଇ ସେହି ପ୍ରସ୍ତାବିତ ଯୁବତୀଙ୍କୁ ବିବାହ କରିଲା । ଏହିଭଳି ପ୍ରେମିକ ଜଣଙ୍କୁ ମାନିବାକୁ ପଡ଼ିବ । ଏହି ପ୍ରେମିକ ଜଣକ ଏଭଳି କରିବେ ବୋଲି ପ୍ରେମିକା ଜଣକ କେବେବି ଭାବି ନଥିଲେ । ପ୍ରେମିକା ଜଣକ କହିଛନ୍ତି ସେହି ଯୁବକ ଆଉ ସେ ୪ ବର୍ଷ ହେଲା ଭଲ ପାଇଥିଲେ । ଆଉ ଉଭୟ ମନ୍ଦିରରେ ବିବାହ କରିଥିଲେ । ଉଭୟଙ୍କ ଭିତରେ ଶାରିରୀକ ସମ୍ପର୍କ ଥିଲା । ପ୍ରେମିକା ଜଣକ ଦୁଇ ଦୁଇଥର ଗର୍ଭପାତ ମଧ୍ୟ କରିଛନ୍ତି । 

ପ୍ରେମିକ ଜଣଙ୍କର ବିବାହ ଅନ୍ୟ ସ୍ଥାନରେ  ଠିକ୍ ହୋଇଥିଲା । ଆଉ ଏହି ବିଷୟରେ ପ୍ରେମିକା କହିବା ପରେ ତାଙ୍କୁ ସେ କୋର୍ଟ ବିବାହ କରି ଘରେ ରାଜି ହେବେ ବୋଲି ସାନ୍ତ୍ଵନା ଦେଇଥିଲେ କିନ୍ତୁ ଏହି ଯୁବକ ଜଣକ ଘର ଇଚ୍ଛାରେ ବିବାହ କରିଲେ । ଏହାପରେ ଏହି ପ୍ରେମିକା ଜଣକ ଯୁବକ ଜଣକ ପାଖକୁ ଫୋନ କରିଲେ କିନ୍ତୁ ଯୁବକ ଜଣକ ତାଙ୍କ ନମ୍ବର ବ୍ଲକ କରିଦେଲେ ।  ଆଉ ସେହି ପ୍ରେମିକାକୁ କୋର୍ଟରେ ବିବାହ କରି ମଧ୍ୟ ତାଙ୍କ ସହିତ ସେ ସମ୍ପର୍କ ରଖିବାକୁ ଚାହୁଁ ନଥିଲେ । 

ଏହାପରେ ପ୍ରେମିକା ଜଣକ ତାଙ୍କ ପ୍ରେମିକର  ଘରକୁ ଯାଇଥିଲେ କିନ୍ତୁ ପୁଅର ଘରଲୋକ ଝିଅର ଚରିତ୍ର ଖରାପ କହିଥିଲେ । ଏହାପରେ ପ୍ରେମିକା କିଛି ସାହାରା ନପାଇ ଏବେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଏହି ଘଟଣା ଗୋରଖପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ପୋଲିସ ଏବେ ଏହାର ତଦନ୍ତ ଆରମ୍ଭ କରିଛି । ଦେଖାଯାଉ ଏହି ପ୍ରେମିକା ଜଣଙ୍କୁ କେବେ ନ୍ୟାୟ ମିଳୁଛି ।