ମହିଳାଙ୍କୁ ଦେଖି ଭାସିଗଲେ ବିଜେପି ନେତା, ମହିଳା ଲୁଟି ନେଇଗଲେ ୨୦ଲକ୍ଷ ଟଙ୍କା, ଜାଣନ୍ତୁ ପୁରା ଘଟଣା
ପୁଣି ସାମ୍ନାକୁ ଆସିଲା ଠକେଇ ମାମଲା । ଏଥରକ କୌଣସି ସାଧାରଣ ଜନତା ନୁହନ୍ତି ବରଂ ନେତା ହୋଇଛନ୍ତି ଏହାର ଶୀକାର । ୧ କୋଟି ଟଙ୍କାର ଲୋଭ ଦେଖାଇ ଲୁଟି ନେଇଛନ୍ତି ୨୦ ଲକ୍ଷ ଟଙ୍କା । ଯାହା ପରେ ନେତା ଜଣଙ୍କ ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା .....
ତେବେ ସୂଚନା ଅନୁଯାୟୀ , ବିଜେପି ନେତା ସୁଧାଂଶୁ ଶେଖର ନାୟକ ଏହି ଠକେଇର ଶିକାର ହୋଇଛନ୍ତି । ଗତ ମେ ମାସ ୨୮ ତାରିଖ ଦିନ ଏକ ମହିଳା ସୁଧାଂଶୁଙ୍କ ଘରକୁ ଆସିଥିଲେ । ସେ ତାଙ୍କ ସହ ଅନ୍ୟ ଏକ ମହିଳାଙ୍କୁ ମଧ୍ୟ ଆଣିଥିଲେ । ଦୁହେଁ ସୁଧାଂଶୁ ଶେଖରଙ୍କୁ ତାଙ୍କର ବଡ଼ ପ୍ରଶଂସକ ବୋଲି କହିଥିଲେ ।
ପରେ ତାଙ୍କୁ ଫାଇନାନ୍ସର୍ ଜରିଆରେ ତାଙ୍କୁ ୧ କୋଟି ଟଙ୍କା ଯୋଗାଇ ପାରିବେ ବୋଲି କହିଥିଲେ । ଏବଂ ନେତା ସୁଧାଂଶୁ ସେଖରଙ୍କ କହିବା ଅନୁଯାୟୀ ତାଙ୍କୁ ଯୋଗେନ୍ଦ୍ର ନାମକ ଏକ ବ୍ୟକ୍ତି ସହ ମଧ୍ୟ କଥା କରାଇଥିଲେ ।
କିନ୍ତୁ ଯେବେ ନେତା ସୁଧାଂଶୁ ଶେଖର ଯୋଗେନ୍ଦ୍ରଙ୍କୁ ଫୋନ୍ କରିଥିଲେ ଯୋଗେନ୍ଦ୍ର ତାଙ୍କୁ ଡେରି ହୋଇଯାଇଛି ଆଉ ଟଙ୍କା ଦେଇ ହେବ ନାହିଁ ବୋଲି କହିଥିଲେ । କିନ୍ତୁ ଏପଟେ ମହିଳା ଜଣଙ୍କ ନେତା ସୁଧାଂଶୁ ଶେଖରଙ୍କୁ ତାଙ୍କ ଆକାଉଣ୍ଟରେ ଦୁଇ ଥର କରି ୧୦ ଲକ୍ଷ ଟଙ୍କା ଅର୍ଥାତ୍ ମୋଟ ୨୦ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ ।
ଏବଂ ଟଙ୍କା ଜମା କରିବାର କିଛି ସମୟ ପରେ ତାଙ୍କୁ ୧ କୋଟି ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ । ଟଙ୍କାର ଲାଳସାରେ ନେତା ଜଣଙ୍କ ତାଙ୍କ ଆକାଉଣ୍ଟରେ ୨୦ ଲକ୍ଷ ଟଙ୍କା ଜମା ମଧ୍ୟ କରିଥିଲେ ।
କିନ୍ତୁ ଜମା କରିବାର କିଛି ସମୟ ପରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ବଦଳରେ ୨୦ ଲକ୍ଷ ଟଙ୍କା କଟି ଯାଇଥିଲା । ଯାହା ପରେ ନେତା ଜଣଙ୍କ ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।