ମାତ୍ର ୧୧ ବର୍ଷ ବୟସରେ ଗ୍ରାଜୁଏଟ୍ ହୋଇଗଲା ଏହି ବାଳକ, କହୁଛି ଏମିତି ଯଦି ହୁଏ ତେବେ ମଣିଷ ହୋଇଯିବେ ଅମର ଏବଂ….

 
11 year old graduate

ମାତ୍ର ୧୧ ବର୍ଷ ବୟସରେ ଗ୍ରାଜୁଏଟ୍ ହୋଇଗଲା ବାଳକ। କଥାଟି ଶୁଣିବା ପାଇଁ ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହିପରି ଏକ କାରନାମା କରି ଦେଖାଇଛନ୍ତି ବେଲଜିୟମର ବିସ୍ମୟ ବ୍ଲାକ ଲରେଣ୍ଟ ସିମନ୍ସ। ଏଥିସହିତ ଲରେଣ୍ଟ ବିଶ୍ୱର ଦ୍ଵିତୀୟ କନିଷ୍ଠ ବ୍ୟକ୍ତି ଭାବରେ ଗ୍ରାଜୁଏଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଲରେଣ୍ଟ ସିମନ୍ସ ଆଣ୍ଟୱର୍ପ (Antwrap) ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ ହୋଇପାରିଛନ୍ତି। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି କି ସାଧାରଣତଃ ଆମ୍ଭକୁ ଗ୍ରାଜୁଏଟ ହେବାପାଇଁ ୩ ବର୍ଷ ସମୟ ଲାଗୁଥିବା ବେଳେ ଲରେଣ୍ଟ ମାତ୍ର ଗୋଟିଏ ବର୍ଷରେ ଏହି କୃତିତ୍ୱ ହାସଲ କରିଛନ୍ତି।

ଲରେଣ୍ଟ ମାତ୍ର ୮ ବର୍ଷ ବୟସରେ ନିଜର ହାଇସ୍କୁଲ ପାଠପଢା ସମାପ୍ତ କରିଥିଲେ। ଏହାପରେ ସେ କ୍ୱାଣ୍ଟମ୍ ଫିଜିକ୍ସ ଉପରେ ପଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ମଣିଷର ଶରୀରକୁ ମେସିନରେ ପରିବର୍ତ୍ତିତ କରି ଏହାକୁ ଅମର କରାଇବା ହିଁ ତାଙ୍କ ଜୀବନର ଲକ୍ଷ୍ୟ ବୋଲି ଲରେଣ୍ଟ କହିଛନ୍ତି। ଏଥିସହିତ ସେ ଦୁନିଆର ସବୁଠାରୁ ଭଲ ପ୍ରଫେସରଙ୍କ ଠାରୁ ଶିକ୍ଷା ଗ୍ରହଣ କରି ମଣିଷର ମସ୍ତିଷ୍କକୁ ପଢିବାକୁ ଚାହାନ୍ତି ବୋଲି ଇଚ୍ଛା ପ୍ରକାଶ କରିଛନ୍ତି।