ଅକ୍ଟୋବର ୧ରୁ ସିମ୍ କାର୍ଡକୁ ନେଇ ନୂଆ ନିୟମ, ନମାନିଲେ ୧୦ଲକ୍ଷ ଟଙ୍କା ଫାଇନ୍, ଜାଣନ୍ତୁ ପୁରା ଖବର

 
Sim card

ବଦଳିବାକୁ ଯାଉଛି ସିମ୍ କାର୍ଡ ନିୟମ। ଆଗରୁ ହୋଇଯାଆନ୍ତୁ ସତର୍କ। ନଚେତ୍ ଆପଣ ପଡି ପାରନ୍ତି ଅସୁବିଧାରେ। ଜେଲ୍ ଯାଇପାରନ୍ତି, ନଚେତ୍ ଫାଇନ ବି ପଡିପାରେ। ଯଦି ବିନା ଦ୍ବିଧାରେ ସିମ କାର୍ଡ ବିକା କିଣା କରିବାକୁ ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ ନିୟମ ସବୁ।

ସିମ କାର୍ଡକୁ ନେଇ ଆଗରୁ ଅନେକ ପରିବର୍ତ୍ତନ କରା ଯାଇଥିଲେ ମଧ୍ୟ ତାହା ବିଶେଷ ଫଳପ୍ରଦ ହୋଇ ନାହିଁ।ଏବେ ବି ଦେଶରେ ଅନେକ ସିମ କାର୍ଡ ର କଳା ବଜାରି ଚାଲିଛି। ବିଭିନ୍ନ ବେଆଇନ ଧନ୍ଦା କରାଯାଉଛି ସିମ କାର୍ଡକୁ ନେଇ, ଯାହା ଦେଶ ତଥା ବ୍ୟକ୍ତିର ଭବିଷ୍ୟତରେ ବିପଦ ଆଣି ପାରେ।
Sim card
କେନ୍ଦ୍ର ସରକାରଙ୍କ ତରଫରୁ ସିମ କାର୍ଡର କିଣା ବିକାକୁ ନେଇ ଲାଗୁ ହେବାକୁ ଯାଉଛି କଟକଣା। ଯାହା ଅକ୍ଟୋବର ୧ତାରିଖରୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି ଟେଲିକମ୍ ବିଭାଗ ଦ୍ୱାରା। ସେପ୍ଟେମ୍ବର ୩୦ତାରିଖ ପୁର୍ବରୁ ସମସ୍ତ ସିମ କାର୍ଡ କମ୍ପାନୀଗୁଡ଼ିକୁ ନିଜର ବିକ୍ରୟ କେନ୍ଦ୍ର ଗୁଡିକର ପଞ୍ଜିକରଣ କରିବାକୁ ଦିଆ ଯାଇଛି ନିର୍ଦ୍ଦେଶ। କମ୍ପାନୀ ଗୁଡ଼ିକୁ ସିମ କାର୍ଡ ବିକ୍ରି କରୁଥିବା ଦୋକାନ ଗୁଡ଼ିକ ଉପରେ ମଧ୍ୟ ନଜର ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଆଗରୁ ଦୋକାନୀମାନେ ସିମ ବିକ୍ରୟ ସମୟରେ ବିଶେଷ ଯାଞ୍ଚ କରି ସିମ ଦେବାକୁ ଦିଆଯିବ ନିର୍ଦ୍ଦେଶ। ନଚେତ୍ ଦୋକାନୀ ମାନଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ।
ନୂଆ ସିମ କାର୍ଡ କିଣିବା କିମ୍ୱା ହଜି ଯାଇଥିବା ସିମ କାର୍ଡର ଆବେଦନ କ୍ଷେତ୍ରରେ ଏବେ ଗ୍ରାହକ ମାନଙ୍କୁ ବିଶେଷ ଯାଞ୍ଚ ଦେଇ ଯିବାକୁ ପଡ଼ିବ। ନିୟମ ଅନୁସାରେ ସଠିକ୍ ପ୍ରମାଣ ପତ୍ର ପୈଠ କରିବାକୁ ପଡ଼ିବ, ଏବଂ ଅନ୍ୟ ସମସ୍ତ ଫର୍ମାଲିଟିଜ୍ ପୁରା କରିବାକୁ ପଡ଼ିବ। ଜଦି ଗ୍ରାହକ କିମ୍ବା ଦୋକାନୀ ମଧ୍ୟରୁ କେହି ନକଲି ପ୍ରମାଣ ପତ୍ରର ବ୍ୟବହାର କରନ୍ତି ତେବେ ସେଥି ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Modi
ବିଶେଷ କରି କାଶ୍ମୀର,ଆସାମ, ଉତ୍ତର ପୂର୍ବ ଭଳି କେତେକ ରାଜ୍ୟରେ ସିମ କାର୍ଡ ବିକ୍ରି କରୁଥିବା ଦୋକାନ ଗୁଡିକରେ ବିଶେଷ ଯାଞ୍ଚ ପରେ ହିଁ ସେମାନଙ୍କୁ ସିମ କାର୍ଡ ବିକ୍ରି ର ଅନୁମତି ମିଳି ପାରିବ ବୋଲି ଟେଲିକମ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ନିୟମ ଗୁଡ଼ିକ ସିମ କାର୍ଡ ବେଆଇନ୍ ବିକ୍ରୟ ଓ କ୍ରୟ ଉପରେ ରୋକ ଲଗାଇବା ସହିତ ବ୍ୟକ୍ତିଗତ ପ୍ରମାଣ ପତ୍ରର ସୁରକ୍ଷା କରିବା। ଯାହା ଦ୍ଵାରା ବେଆଇନ୍ କାର୍ଯ୍ୟକୁ ରୋକା ଯାଇ ପାରିବ ବୋଲି ଆଶା କରାଯାଉଛି।