ଆମିଷ ଖାଇବାରେ ଲାଗିଲା ପ୍ରତିବନ୍ଧକ, ଏଣିକି ଆମିଷ ଖାଇଲେ ଦେବାକୁ ପଡ଼ିବ ୫୫ ଲକ୍ଷ ଟଙ୍କା ଜୋରିମାନା, ଜାଣନ୍ତୁ ପୁରା ଖବର

 
Nonveg

ମାଂସ ଖାଇବା ଉପରେ ଲାଗିଲା କଟକଣା । ଏଣିକି ସରକାରଙ୍କ ନିୟମ ନ ମାନି ମାଂସ ଖାଇଲେ ୫୫ ଲକ୍ଷ ଟଙ୍କାର ଦେବାକୁ ପଡ଼ିବ ଜୋରିମାନା । ପ୍ରଥମ ଥର ପାଇଁ ଖାଦ୍ୟ ଖାଇବା ଉପରେ ଲାଗିଲା କଟକଣା । ନିୟମ କଡ଼ା କଡ଼ି ଭାବେ ହେବ ପାଳନ । ଅମାନ୍ୟ କରୁଥିବା ବ୍ୟକ୍ତିଙ୍କୁ ମିଳିବ ଦଣ୍ଡ ।

ବର୍ତ୍ତମାନର ସମୟରେ ଲୋକଙ୍କର ଆମିଷ ଖାଦ୍ୟ ପ୍ରତି ଅଧିକ ରୁଚି ଦେଖିବାକୁ ମିଳୁଛି । ମାର୍କେଟରେ ମଧ୍ୟ ଦିନକୁ ଦିନ ଏହାର ଡିମାଣ୍ଡ ବଢିବାରେ ଲାଗିଛି । ସେ ଚିକେନ୍ ହେଉ କି ମଟନ୍ ଏଥିରୁ ପ୍ରସ୍ତୁତ ଡିଶ ପ୍ରତି ଲୋକ ମାନଙ୍କର ଆଗ୍ରହ ବେଶ୍ ଅଧିକ ରହିଛି ।

Chicken

ଡିମାଣ୍ଡ ଅନୁସାରେ ଉତ୍ପାଦନ ବେଳେ ବେଳେ କମ୍ ହୋଇଥାଏ । ଯେଉଁଥି ପାଇଁ କିଛି କଳାବଜାରୀ ମଧ୍ୟ ଆରମ୍ଭ ହୋଇଥାଏ । ଏପରି ଏକ ନିଷ୍ପତ୍ତି ନେଇଛି ଇଟାଲୀ । ଇଟାଲୀ ପ୍ରଥମ ଥର ପାଇଁ ଖାଦ୍ୟ ଉପରେ କଟକଣା ଲଗାଇଛି ।

ଏହି ପ୍ରତିବନ୍ଧକ ଲ୍ୟାବ୍ ବା ପ୍ରୟୋଗଶାଳାରେ ଉତ୍ପାଦନ ହେଉଥିବା ମାଂସ ଖାଇବା ଉପରେ ଲଗାଇଛି । ସୂଚନା ଯୋଗ୍ୟ ଯେ , ଇଟାଲୀ ପୂର୍ବରୁ କୌଣସି ବି ୟୁରୋପୀୟ ଦେଶ ଖାଦ୍ୟ ପୂର୍ବରେ କଟକଣା ଲଗାଇ ନାହାନ୍ତି ।

ଇଟାଲୀର ବିଭିନ୍ନ ଲ୍ୟାବ ଗୁଡିକରେ କୃତ୍ରିମ ମାଂସ ପ୍ରସ୍ତୁତ କରା ଯାଇଥାଏ । ଯାହା ଇଟାଲୀ ମାନବ ସମାଜ ତଥା ଖାଦ୍ୟ ଶୃଙ୍ଖଳକୁ ନଷ୍ଟ କରିପାରେ । ତେଣୁ ଲୋକେ କିଛି ମାରାତ୍ମକ ରୋଗର ଶିକାର ହେବା ପୂର୍ବରୁ ଏହାକୁ ଇଟାଲୀ ସମ୍ପୂର୍ଣ ବ୍ୟାନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ।