ବରମାଳା ପରେ କନ୍ୟାର ଗୋଡ଼ତଳେ ପଡି ମୁଣ୍ଡିଆ ମାରିଲା ବର, ଏପରି କରିବାର କାରଣ ଆପଣଙ୍କୁ ତାଜୁବ୍ କରିଦେବ

 
Bara kanaya

ସୋସିଆଲ ମିଡିଆରେ ପ୍ରାୟତଃ ଏପରି ଫଟୋ ଭାଇରାଲ ହୋଇଥାଏ, ଯାହା ଲୋକଙ୍କ ହୃଦୟ ଜିତେ। ତେବେ ଏହି ସମୟରେ, କିଛି ଏପରି ହିଁ ଏକ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ଫୋଟୋ ସୋସିଆଲ ମିଡିଆରେ ବେସ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫଟୋକୁ ଦେଖିବା ପରେ ଲୋକମାନେ ଟିକେ ଚକିତ ବି ହୋଇଛନ୍ତି ଏବଂ ପ୍ରସଂଶା କରିବାକୁ ବି ପଛେଇ ନାହଁନ୍ତି। ତେବେ ଆସନ୍ତୁ ଜାଣନ୍ତୁ ଏହି ଫଟୋ ପଛର କାହାଣୀ।

ଆମେ ସମସ୍ତେ ଜାଣୁ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଲୋକମାନେ କିଛି ବି କରି ପାରନ୍ତି। ଅନେକ ଥର ବର-କନ୍ୟା ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥାଏ। ଯାହା ଉପରେ ଲୋକମାନେ କମେଣ୍ଟ ଦେଇଥାନ୍ତି। କିନ୍ତୁ, ଏହି ଫଟୋଟି ଲୋକଙ୍କ ହୃଦୟ ଜିତିଥିଲା। ଏହି ଭାଇରାଲ ଫଟୋରେ ବରମାଲା ପରେ ବର କନ୍ୟାର ପଦା ଛୁଇଁ ମୁଣ୍ଡିଆ ମାରୁଛି। ପ୍ରଥମେ ଲୋକମାନେ ଆଶ୍ଚର୍ଯ୍ୟ ହେଲେ କିନ୍ତୁ ଯେତେବେଳେ ସତ୍ୟ ଜଣା ପଡିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।


ଏହି ପୋଷ୍ଟ ପଢିବା ପରେ, ଆପଣ ନିଶ୍ଚୟ କିଛି ସମୟ ପାଇଁ ଚିନ୍ତା କରିଥିବେ। ଟ୍ୱିଟରରେ ଏହି ପୋଷ୍ଟକୁ ‘ଡ ଅଜିତ ଭାରୱାଣ୍ଡକର ନାମକ ଜଣେ ଉପଭୋକ୍ତା ସେୟାର କରିଛନ୍ତି। ଫଟୋ ସେୟାର କରିବାବେଳେ ସେ ଲେଖିଛନ୍ତି ଯେ, ଯେତେବେଳେ ବରମାଳା କାର୍ଯ୍ୟକ୍ରମ ସମାପ୍ତ ହେଲା, ବର କନ୍ୟାର ପାଦ ତଳେ ମୁଣ୍ଡ ନୁଆଁଇ ଦେଇଥିଲା ଏବଂ ବିବାହ ସମାରୋହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଏବଂ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରି କରିବା ପଛର କାରଣରେ ବର ଉତ୍ତର ଦେଲା: ମୋର ବଂଶକୁ ଏ ହିଁ ଆଗକୁ ବଢାଇବ, ସେ ମୋ ଘରର 'ଲକ୍ଷ୍ମୀ'। ତେବେ ଏହି ପୋଷ୍ଟ ଦେଖିଥିବା ଲୋକମାନେ ଭାବପ୍ରବଣ ହୋଇ ଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋଷ୍ଟକୁ ତିନି ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି।