ଦେଖନ୍ତୁ ଭିଡିଓ: ମନ୍ଦିର ଫାଟିଲା ରାମଲଲ୍ଲାଙ୍କ ଉପରେ‌ ପଡ଼ିଲା କିରଣ, ବିରଳ ଦୃଶ୍ୟରେ ଅନ୍ତ ହେଲା ୫୦୦ ବର୍ଷର ଅପେକ୍ଷା

 
Ram mandir

ଶ୍ରୀରାମ ନବମୀ ପାଇଁ ଦେଶ ଉତ୍ସବ ମୁଖର। ସଜେଇ ହୋଇଛି ଅଯୋଧ୍ୟା ନଗରୀ। ସବୁଠି ରାମମୟ ପରିବେଶ। ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟାରେ ପ୍ରଥମ ରାମ ନବମୀ ପାଳିତ ହେଉଛି। ମର୍ଯ୍ୟାଦା ପୁରୁଷୋତ୍ତମ ରାମ ହେଉଛନ୍ତି ସୂର୍ଯ୍ୟବଂଶୀ। ଆଜି ରାମ ନବମୀ ଅବସରରେ ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ କିରଣର ତିଲକ ଲଗାଯାଇଛି।

Ram lalala

ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ରାମନବମୀ ପାଳନ ହେବାକୁ ଯାଉଥିବା ବେଳେ ଏହି ଦିବ୍ୟ ମୁହୂର୍ତ୍ତକୁ ଆହୁରି ଭବ୍ୟ କରିଦେଇଛି, ବାଲକ ରାମଙ୍କ ସୂର୍ଯ୍ୟାଭିଷେକ ବା ସୂର୍ଯ୍ୟ ତିଳକ। ସୂର୍ଯ୍ୟ କିରଣରେ ଝଲସି ଉଠିଛି ଶ୍ରୀ ବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ। ପ୍ରାୟ ୫ ମିନିଟ ଯାଏଁ ରାମଲାଲାଙ୍କ ଲଲାଟରେ ୭୫ ମିଲିମିଟର ଆକାରର ଏକ ଗୋଲାକାର କିରଣ, ତିଳକ ଭାବେ ଶୋଭା ପାଇଛି।

ଏହି ବୈଜ୍ଞାନିକ ପଦ୍ଧତି ପାଇଁ ଉନ୍ନତ ଦର୍ପଣ, ଲେନ୍ସ ଓ ଅଷ୍ଟଧାତୁ ନିର୍ମିତ ସ୍ୱତନ୍ତ୍ର ପାଇପ ସହାୟତା ନିଆଯାଇଛି। ଅପଟି-ମେକାନିକାଲ ସିଷ୍ଟମର ପ୍ରୟୋଗରେ କରାଯାଇ ଏହି ସୂର୍ଯ୍ୟ ତିଲକ ପାଇଁ ପ୍ରୟାସ କରାଯାଇଥିଲା। ବୁଧବାର ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟ କିରଣ ଅଯୋଧ୍ୟାରେ ରାମ ଲାଲାଙ୍କ କପାଳରେ ପଡ଼ିଛି। ଦର୍ପଣ ଏବଂ ଲେନ୍ସ ଦ୍ବାରା ନିର୍ମିତ ଏକ ବିସ୍ତୃତ ଯନ୍ତ୍ର ଦ୍ୱାରା ସୂର୍ଯ୍ୟ ଦେବତାଙ୍କର କିରଣର ଏକ ଧାର ଆସି ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ 'ସୂର୍ଯ୍ୟ ତିଲକ' ପାଲଟିଛି।

ସୂର୍ଯ୍ୟ ତିଲକର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାମ ନବମୀ ଦିନ ରାମଲାଲାଙ୍କ ବିଶେଷ ପୂଜା କରାଯାଇଥିଲା। ଅଯୋଧ୍ୟାରେ ଭକ୍ତଙ୍କ ଭିଡ଼ ଜମିଛି। ଠିକ ଦ୍ୱିପ୍ରହରରେ ରାମଲାଲାଙ୍କ ସୂର୍ଯ୍ୟ ତିଲକ ଅନୁଷ୍ଠିତ ହୋଇଥିଲା । ସୂର୍ଯ୍ୟ ତିଲକ ପରେ ଭଗବାନ ଶ୍ରୀ ରାମଙ୍କର ବିଶେଷ ଉପାସନା କରାଯାଇଥିଲା ଏବଂ ଆରତୀ କରାଯାଇଥିଲା।

ସୂର୍ଯ୍ୟ ତିଲକର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାମ ନବମୀ ଦିନ ରାମଲାଲାଙ୍କ ବିଶେଷ ପୂଜା କରାଯାଇଥିଲା। ଅଯୋଧ୍ୟାରେ ଭକ୍ତଙ୍କ ଭିଡ଼ ଜମିଛି। ଠିକ ଦ୍ୱିପ୍ରହରରେ ରାମଲାଲାଙ୍କ ସୂର୍ଯ୍ୟ ତିଲକ ଅନୁଷ୍ଠିତ ହୋଇଥିଲା। ସୂର୍ଯ୍ୟ ତିଲକ ପରେ ଭଗବାନ ଶ୍ରୀ ରାମଙ୍କର ବିଶେଷ ଉପାସନା କରାଯାଇଥିଲା ଏବଂ ଆରତୀ କରାଯାଇଥିଲା।