ବାହା ବେଦୀରେ କନ୍ୟାକୁ କିସ୍ କଲା ବର, ରାଗିଗଲେ କନ୍ୟାପକ୍ଷ ବେଦୀ ଉପରେ ବରକୁ ନିର୍ଦ୍ଧୁମ ପିଟିଲେ, ଜାଣନ୍ତୁ ପୁରା ଘଟଣା

 
Bara kanya

ବାହାଘର ସମୟରେ କିଛି ଏପରି କରିଲେ ବର , ଯାହା ପରେ କନ୍ୟା ପକ୍ଷ ମିଶି ବର ଓ ବରପକ୍ଷଙ୍କୁ ନିର୍ଧୁମ ପିଟିଲେ । ଏପରି ଏକ ଖବର ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆଲୋଚ୍ୟର ବିଷୟ ପାଲଟିଛି । ଜାଣନ୍ତୁ ବାହାଘର ସମୟରେ ଏପରି କଣ କଲା ବର...

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ୟୁପିର ହାପୁର ଅଞ୍ଚଳରେ । ସୁଚନା ଅନୁସାରେ , ସେହି ଅଞ୍ଚଳର ଜଣେ ପରିବାର ଦୁଇ ଝିଅଙ୍କ ବାହାଘର ଗୋଟିଏ ଦିନରେ ଗୋଟିଏ ସ୍ଥାନରେ କରୁଥିଲେ , ଯେଉଁଠି ଘଟିଥିଲା ଏଭଳି ଏକ ଘଟଣା ।

R

ବଡ ଝିଅର ବାହାଘର କାମ ଆରମ୍ଭ ହେବା ପରେ ସାନ ଝିଅର ବାହାଘର କାମ ଆରମ୍ଭ ହୋଇଥିଲା । ସାନ ଝିଅର ବରମାଳା ପଡ଼ିବା ସମୟରେ ବର ଝିଅକୁ ଚୁମା ଦେଇଥିଲା । ଯେଉଁଥିରେ ରାଗି ଯାଇଥିଲେ କନ୍ୟାପକ୍ଷ ଲୋକ ମାନେ ।

କନ୍ୟା ପକ୍ଷ ଲୋକେ ବର ପକ୍ଷଙ୍କୁ ବାଡେଇବା ଆରମ୍ଭ କରି ଦେଇଥିଲେ । ଯେଉଁଥିରେ ବରର ବାପା ଆଘାତ ହୋଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଭାବେ ଆହତ ଲୋକଙ୍କୁ ଡାକ୍ତରଖାନାକୁ ପଠାଇବା ସହିତ କନ୍ୟା ପକ୍ଷର ସାତ ଜଣ ଲୋକଙ୍କୁ ଅଟକ ରଖିଛି ।