୨୬ ବର୍ଷ ବୟସରେ ୨୨ ସନ୍ତାନର ମା’, କୋଟିପତି ସ୍ୱାମୀଙ୍କ ଠାରୁ ୧୦୫ ସନ୍ତାନ ଲାଭ ପାଇଁ ଲକ୍ଷ୍ୟ, ଜାଣନ୍ତୁ ପୁରା ଘଟଣା

 
105 child born

ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୦୫ ସନ୍ତାନର ମାଆ ହେବାର ରହିଛି ସ୍ଵପ୍ନ । ଏ ପର୍ଯ୍ୟନ୍ତ ପ୍ରାୟ ୨୨ ସନ୍ତାନର ମାଆ ହୋଇ ସାରିଲେଣି ସେ । ଶତକ ପୁରା ହେବାକୁ ଆଉ ୭୮ ସନ୍ତାନ ଜନ୍ମ ହେବାର ବାକି ରହିଛି ।

ସବୁ ମହିଳାଙ୍କ ଜୀବନରେ ମାଆ ହେବାର ସ୍ଵପ୍ନ ନିଆରା ଥାଏ । କେଉଁ ମାନଙ୍କ କ୍ଷେତ୍ରରେ ଏହା ପୁରା ହୁଏ ତ କେଉଁ ମାନେ ଏଥିରୁ ବଞ୍ଚିତ ହୋଇଥାନ୍ତି । ହେଲେ ବର୍ତ୍ତମାନ ସମୟରେ ବଢୁଥିବା ଜନସଂଖ୍ୟାକୁ ଓ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୃଷ୍ଟିରେ ରଖି ମହିଳା ମାନେ ଗୋଟିଏ ସନ୍ତାନରେ ହିଁ ସୀମିତ ରହୁଛନ୍ତି । ହେଲେ ଏହି ମହିଳା ଜଣକ ଗୋଟିଏ କି ଦୁଇଟିରେ ସୀମିତ ନୁହେଁ ବରଂ ଶହେ ସନ୍ତାନର ମାଆ ହେବା ପାଇଁ ରଖିଛନ୍ତି ସ୍ଵପ୍ନ ।

Couple target 105 child

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଋଷିଆରେ। ମହିଳା ଜଣକଙ୍କ ନାମ ହେଉଛି କ୍ରୀଷ୍ଟିନା ଓଜଟର୍କ । ସେ ଋଷିଆର ଜର୍ଜିଆରେ ରୁହନ୍ତି । ତାଙ୍କର ବର୍ତ୍ତମାନ ବୟସ ମାତ୍ର ୨୬ ବର୍ଷ । ୨୬ ବର୍ଷ ବୟସରେ ସେ ପ୍ରାୟ ୨୨ ଟି ସନ୍ତାନର ମାଆ ହୋଇ ସାରିଲେଣି । ହେଲେ ତାଙ୍କର ଲକ୍ଷ୍ୟ ରହିଛି ପ୍ରାୟ ୧୦୫ ଟି ଶିଶୁ ଜନ୍ମ ଦେବାର  ।

କ୍ରିଷ୍ଟିନାଙ୍କ ସବୁଠାରୁ ବଡ ଝିଅର ବୟସ ମାତ୍ର ୮ ବର୍ଷ । ଯାହାକୁ କି ସେ ସ୍ବଭାବିକ ପ୍ରକ୍ରିୟାରେ ଜନ୍ମ ଦେଇଥିଲେ । କିନ୍ତୁ ଆଉ ୨୧ ଟି ସନ୍ତାନକୁ ସେ ସରୋଗେସି ସହାୟତାରେ ଜନ୍ମ ଦେଇଛନ୍ତି । ୨୦୨୦ ସୁଦ୍ଧା ସେ ୨୦ ଟି ସନ୍ତାନକୁ ଜନ୍ମ ଦେଇଥିଲେ । ୨୦୨୧ ମସିହା ବେଳକୁ ସେ ତାଙ୍କର ସବୁଠାରୁ ଛୋଟ କନ୍ୟା ଅଲିଭିଆକୁ ସ୍ଵାଗତ କରିଥିଲେ । 

କ୍ରିଷ୍ଟିନା କହିଛନ୍ତି ସେ ତାଙ୍କ କୋଟିପତି ସ୍ଵାମୀଙ୍କ ଠାରୁ ୧୦୫ ଟି ଛୁଆ ଚାହାନ୍ତି । ତାଙ୍କ ସ୍ୱାମୀଙ୍କ ବୟସ ବର୍ତ୍ତମାନ ୫୮ ବର୍ଷ ହୋଇଥିବା ବେଳେ ସେ କ୍ରିଷ୍ଟିନାଙ୍କ ଠାରୁ ପ୍ରାୟ ୩୨ ବର୍ଷ ବଡ ଅଟନ୍ତି ।