ବାହାଘରରେ ମଟନ୍ ନ ହୋଇ ଥିବାରୁ ବର ପକ୍ଷ ଘଟାଇଲେ ଏଭଳି କାଣ୍ଡ, ଜାଣିଲେ ଆପଣ ବି ହୋଇଯିବେ ତାଜୁବ୍
Updated: Dec 29, 2023, 22:30 IST
ପୁରା ଫିଲ୍ମ ଷ୍ଟାଇଲ ରେ ଭାଙ୍ଗିଲା ବାହାଘର । ଯାହା ଜାଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ । ସତରେ କଣ ଏମିତି ହୋଇପାରେ ବାସ୍ତବ ଜୀବନରେ । ଯୌତୁକ ପାଇଁ ତ ବାହାଘର ପାଇଁ ଭାଙ୍ଗୁଥିଲା । ଏବେ ଖାଦ୍ୟ ପାଇଁ ବି ଭାଙ୍ଗି ଯାଉଛି ବାହାଘର । କିଏ ଜାଣେ ଆଗକୁ ପୁଣି ସାଜ ସଜ୍ଜା ପାଇଁ ବି ବାହାଘର ଭାଙ୍ଗିପାରେ ।
ନଲି ମଟନ ପାଇଁ ବି ଭାଙ୍ଗିଗଲା ବାହାଘର । ବାହାଘରରେ ମଟନ ହୋଇ ନ ଥିଲା ବୋଲି ରାଗି ଯାଇଥିଲେ ବର ପକ୍ଷ । ଏହା କୁଆଡେ ତାଙ୍କ ସମ୍ମାନ ହାନି ଘଟେଇ ଥିଲା । ମଟନ ନାହିଁ ମାନେ ବାହାଘର ହୋଇ ପାରିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ ବରପକ୍ଷ ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ନିଜାମ୍ ବାଦ୍ ଜିଲ୍ଲାରେ । କନ୍ୟା ଘର ନିଜାମ୍ ବାଦ୍ ରେ ହୋଇଥିବା ବେଳେ ବର ଘର ଜଗତିଲାଲ ଜିଲ୍ଲାରେ । ତେବେ ଏହି ବାହାଘରରେ କନ୍ୟା ତରଫରୁ ସମସ୍ତ ବ୍ୟବସ୍ଥା ଅତ୍ୟନ୍ତ ଭଲ କରା ଯାଇଥିଲା ।
ଖାଦ୍ୟ ପେୟରେ ବନ୍ଦୋ ବସ୍ତ ମଧ୍ୟ ଭଲ ଥିଲା । ମଟନ୍ କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ନନ୍ ଭେଜ୍ ଆଇଟମ୍ କରିଥିଲେ କନ୍ୟା ପକ୍ଷ ।
ହେଲେ ବର ପକ୍ଷ ଯେତେବେଳେ ମେନୁରେ ମଟନ ନ ଥିବା ଜାଣିଲେ ସେତେବେଳେ ଝଗଡ଼ା କରିବା ଆରମ୍ଭ କରି ଦେଇଥିଲେ । ଏପରିକି ଏହି ଝଗଡାରେ ପୋଲିସ ମଧ୍ୟ ହସ୍ତକ୍ଷେପ କରି ବୁଝା ସୁଝା କରିବା ପରେ ମଧ୍ୟ କୌଣସି ସୁଧାର ଆସି ନ ଥିଲା । ଶେଷରେ ଝଗଡ଼ା ଏତେ ବଢି ଯାଇଥିଲା ଯେ ବିବାହ ଭାଙ୍ଗି ଦେଇଥିଲେ ବର ପକ୍ଷ ।