ଆଉ ଡେରି ନ କରି ତୁରନ୍ତ ଷ୍ଟେଟ୍ ବ୍ୟାଙ୍କ ଚାକିରୀ ପାଇଁ ଆବେଦନ କରନ୍ତୁ ନହେଲେ ପରେ ପସ୍ତେଇବେ, ଜାଣନ୍ତୁ ଡିଟେଲ୍ସ
ଏସବିଆଇ ବ୍ୟାଙ୍କ୍ ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି। ଯେଉଁଠି ଆରମ୍ଭ ହେଇସାରିଛି ଆବେଦନ ପ୍ରକ୍ରିୟା। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମାଧ୍ୟମରେ ଏସବିଆଇରେ ଜୁନିୟର ଆସୁଷ୍ଟାଣ୍ଡ ପଦବୀ ପୂରଣ ହେବ। ଏନେଇ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ହେବ। ଆଉ ଏହି ନିଯୁକ୍ତି ମାଧ୍ୟମରେ ପୂରଣ ହେବ ପ୍ରାୟ ୧୩ ହଜାର ୭୦୦ରୁ ଅଧିକ ପଦବୀ।
ଉଭୟ ପୁରୁଷ ଓ ମହିଳା ଏଥିପାଇଁ ଆବେଦନ କରିପାରିବେ। ଗ୍ରାଜୁଏସନ୍ କରିଥିବା ପାର୍ଥି ଏହାର ନେଇପାରିବେ ସୁଯୋଗ। ଏନିଯୁକ୍ତି ସବୁ ରାଜ୍ୟ ପାଇଁ ହେବାକୁ ଥିବାବେଳେ ଓଡ଼ିଶାରେ ପ୍ରାୟ ୩୬୨ଟି ପଦବୀ ପୂରଣ ହେବ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀ ମାନେ ଏସବିଆଇର ଅଫିସିଆଲ୍ ୱେବସାଇଡକୁ ଯାଇ ଆବେଦନ କରିପାରିବେ।
ତେବେ ଅନଲାଇନରେ ଆବେଦନ କରିବାର ତାରିଖ ୧୭ ଡ଼ିସେମ୍ବରରୁ ଆରମ୍ଭ ହେଇସାରିଥିବା ବେଳେ ଶେଷ ତାରିଖ ରହିଛି ୭ ଜାନୁୟାରୀ ୨୦୨୫। ପ୍ରାରମ୍ଭିକ ପରୀକ୍ଷା ହେବ ଫେବୃୟାରୀ ୨୦୨୫ରେ। ଆଉ ମୁଖ୍ୟ ପରୀକ୍ଷା ହେଇପାରେ ଏପ୍ରିଲ ମାର୍ଚ୍ଚ ୨୦୨୫ରେ। ଜେନେରାଲ କାଟାଗୋରୀ ପାଇଁ ୫୮୭୦ଟି ପୋଷ୍ଟ ରହିଥିବାବେଳେ ଇଡବ୍ଲୁ ଏସ ପାଇଁ ୧୩୬୧ ଆଉ ଓବିସି ପାଇଁ ୩୦୦୧, ଏସି ପାଇଁ ୨୧୧୮ ଏବଂ ଏସଟି ୧୩୮୫ଟି ପୋଷ୍ଟ ରହିଛି।
ଆଉ ଏବେ ଏହିପରି ମୋଟ ଭାବେ ୧୩ ହଜାର ୭୩୫ଟି ପୋଷ୍ଟ ରହିଛି। ଯୋଗ୍ୟତା ବିଷୟରେ କହିବାକୁ ଗଲେ ତେବେ ଆପଣ ଯେ କୌଣସି ସିକୃତୀ ପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତ ଡିଗ୍ରୀ କରିଥିବା ଆବଶ୍ୟକ। ଏଥିପାଇଁ ସର୍ବନିମ୍ନ ବୟସ ୨୦ ବର୍ଷ ରହୁଥିବା ବେଳେ ସର୍ବାଧିକ ବୟସ ହେଇଛି ୨୮। ଆଉ ସର୍ବନିମ୍ନ ଦରମା ୧୭ ହଜାର ୯୦୦ରୁ ସର୍ବାଧିକ ଦରମା ହେଉଛି ୪୭ ହଜାର ୯୨୦ ଟଙ୍କା।