ନଦୀରେ ଚତ୍ମକାର ଦୃଶ୍ୟ, ପାଣି ଭିତରୁ ବାହାରିଲା ରାମଲାଲଙ୍କ ଭଳି ଦିଶୁଥିବା ମୂର୍ତ୍ତୀ, ଲୋକେ ଦେଖି ଆଶ୍ଚର୍ଯ୍ୟ, ଜାଣନ୍ତୁ ପୁରା ଖବର

 
Ram lalla
ଅଯୋଧ୍ୟାରେ ରାମ ଲାଲାଙ୍କ ମୂର୍ତ୍ତି ପରି କର୍ଣ୍ଣାଟକରେ ମିଳିଛି ଆଉ ଏକ ମୂର୍ତ୍ତି । ଯାହା ଦେଖିବାକୁ ଅବିକଳ ରାମ ଲାଲାଙ୍କ ମୂର୍ତ୍ତି ପରି ହୋଇଛି । କେବଳ ଏହି ମୂର୍ତ୍ତି ନୁହେଁ ଏହା ସହିତ ଏକ ଶିବ ଲିଙ୍ଗ ମଧ୍ୟ ମିଳିଛି । ଏହାକୁ ନେଇ ଦେଖିବାକୁ ମିଳିଛି ଅନେକ ଚର୍ଚ୍ଚା । 

R

କର୍ଣ୍ଣାଟକର ରାଇଯୋଉ ଜିଲ୍ଲାର ଶକ୍ତି ନଗର ନିକଟରେ କୃଷ୍ଣା ନଦୀ ଉପରେ ଏକ ସେତୁ ନିର୍ମାଣ କରା ଯାଇଥିଲା । ସେତୁ ନିର୍ମାଣ ପାଇଁ ନଦୀ ଖୋଳା ଯାଉଥିବା ବେଳେ ଏହି ମୂର୍ତ୍ତି ସହିତ ଏକ ଶିବ ଲିଙ୍ଗକୁ ଉଦ୍ଧାର କରା ଯାଇଛି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଐତିହାସିକ ପଦ୍ମଜା ଦେଶାଇ କହିଛନ୍ତି ଯେ ଏହି ମୂର୍ତ୍ତି ଟି ହେଉଛି ଏକାଦଶ ଶତାବ୍ଦୀର । କଲ୍ୟାଣ ଚାଲୁକ୍ୟ ରାଜ ବଂଶର ଶାସନ କାଳରେ ଏହା ନିର୍ମିତ ହୋଇଥିଲା । ଏହି ପ୍ରତି ମୂର୍ତ୍ତିଟି ବିଷ୍ଣୁଙ୍କର ବୋଲି ସେ କହିଛନ୍ତି । ଏହି ମୂର୍ତ୍ତିର ଚାରିପଟେ ବିଷ୍ଣୁଙ୍କର ଦଶ ଅବତାର ଖୋଦିତ ହେବାର ଦେଖିବାକୁ ମିଳିଛି । 

କୁହା ଯାଉଛି ଏହି ମୂର୍ତ୍ତିଟି ପୂର୍ବରୁ ଗର୍ଭ ଗୃହରେ ସ୍ଥାପିତ ହୋଇ ପୂଜା ପାଉଥିଲା । ହେଲେ ଇସଲାମିକ ଆକ୍ରମଣ କାରୀଙ୍କ ଠାରୁ ରକ୍ଷା କରିବା ପାଇଁ ଏହି ମୂର୍ତ୍ତିଟିକୁ ଲୋକ ମାନେ ନଦୀ ସଜ୍ୟାରେ ଲୁଚାଇ ଦେଇଥିବେ ।