ପୁଣି ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ବାହାନାଗା ଭଳି ୩ଟି ଟ୍ରେନ୍ ହେଲେ ମୁହାଁମୁହିଁ, ଅନେକ ମୃତାହତ, ଜାଣନ୍ତୁ କେମିତି ଘଟିଲା ଦୁର୍ଘଟଣା

 
Train

ପୁଣି ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି । ବିଶାଖାପାଟଣା ଠାରୁ ରାୟଗଡ଼ା ଆସୁଥିବା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କଣ୍ଟକାପଲ୍ଲୀ ଷ୍ଟେସନ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନର ୪ଟି ବଗି ଲାଇନଚ୍ୟୁତ୍ ହୋଇଥିବା ସୂଚନା ମିଳିଛି ।

ଇଷ୍ଟ କୋଷ୍ଟ ରେଲୱେ କର୍ତ୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ ପରେ କହିଛନ୍ତି ଯେ ପ୍ରାଥମିକ ଯାଞ୍ଚ ପରେ ଆନ୍ଧ୍ରପ୍ରଦେଶର କଣ୍ଟକାପଲି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣା ଘଟିଛି। ୨ଟି ଯାତ୍ରୀବାହୀ ଟ୍ରେନ ଏବଂ ଗୋଟିଏ ମାଲବାହି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି।

Train

ଏହି ଦୁର୍ଘଟଣାରେ କିଛି ଯାତ୍ରୀ ମୃତାହତ ହୋଇଥିବାବେଳେ ଅନେକ ଗୁରୁତର ଅଛନ୍ତି। ସନ୍ଧ୍ୟା ପ୍ରାୟ ୭ଟାବେଳେ ରାୟଗଡ଼ା ପାସେଞ୍ଜର ରାୟଗଡ଼ା ଅଭିମୁଖେ ଯାଉଥିଲା। ପଲାସା ପାସେଞ୍ଜରକୁ ପଛରୁ ପିଟିଲା ରାୟଗଡ଼ା ଯାଉଥିବା ପାସେଞ୍ଜର ଟ୍ରେନ। ଫଳରେ ପଲାସାର ଗୋଟିଏ ବଗି ମେନ ଲାଇନରେ ପଡ଼ିବାରୁ ଦୁର୍ଘଟଣା।

ଏହି ସମୟରେ ମେନ ଲାଇନରେ ଆସୁଥିଲା ଏକ ମାଲବାହୀ ଟ୍ରେନ। ମେନ ଲାଇନରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ। ଯାହାକୁ ବିପରିତ ଦିଗରୁ ଆସୁଥିବା ମାଲବାହୀ ଟ୍ରେନ ଧକ୍କା ଦେଇଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଟିମ ରେଳ ବିଭାଗ ପଠଇଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଯାତ୍ରୀଙ୍କୁ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।

Train

ପୂର୍ବତନ ରେଲୱେ ପକ୍ଷରୁ ହେଲପଲାଇନ ନମ୍ବର ଜାରି କରାଯାଇଛି। ହେଲପଲାଇନ ନମ୍ବର ୦୬୭୪-୨୩୦୧୬୭୫ , ୨୩୦୧୫୨୫, ୨୩୦୩୦୬୯ ବୋଲି ଇଷ୍ଟକୋଷ୍ଟ ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏହି ରେଳ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥବାବେଳେ ଶତାଧିକ ଆହତ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।