ପ୍ରାଣ ପ୍ରତିଷ୍ଠା ଆଗରୁ କେଁ! ରାମ ମନ୍ଦିରକୁ ନେଇ ପୁଣି ଏକ ମାମଲା, ସ୍ଥଗିତ ରହିବ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ! ଜାଣନ୍ତୁ ପୁରା ଖବର

 
Ram mandir
ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଲାଗିଲା ରୋକ୍ । ସ୍ଥଗିତ ହୋଇ ରହିପାରେ ଅଯୋଧ୍ୟାର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଯେଉଁ ସମୟରେ ଦେଶ , ରାଜ୍ୟ ଓ ଲୋକେ ଉଦବେଗର ସହ ଚାହିଁ ରହିଛନ୍ତି ଉତ୍ସବର ଆନନ୍ଦ ଉଠାଇବା ପାଇଁ ସେହି ସମୟରେ କୋର୍ଟ କୁ ଆସିଛି ଆଉ ଏକ ମାମଲା ।

ତ୍

କୋର୍ଟର ମାମଲା ଅନୁସାରେ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ଥଗିତ ରଖା ଯାଇ ପାରେ । ଜାନୁୟାରୀ ୨୨ରେ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ଥଗିତ ରଖିବା ପାଇଁ ଆହ୍ଲାବାଦ ହାଇକୋର୍ଟରେ ଅପିଲ ଦାଖଲ କରା ଯାଇଛି । ଏହି ଅପିଲ ଟି ଗାଜିଆବାଦର ଭୋଳା ଦାସଙ୍କ ଦ୍ଵାରା ଦାଖଲ କରା ଯାଇଛି । ସେ ଏହି ଅପିଲ ମାଧ୍ୟମରେ କେତେ ଗୁଡ଼ିଏ ଅଭିଯୋଗ ସାମ୍ନାକୁ ଆଣିଛନ୍ତି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତାଙ୍କ ଅଭିଯୋଗ ଗୁଡ଼ିକ ହେଉଛି ;

• ୨୦୨୪ ଲୋକସଭା ନିର୍ବାଚନରେ ଲୋକ ପ୍ରିୟତା ହାସଲ କରିବା ପାଇଁ ବିଜେପିର ଏହା ଏକ ସୁସଜ୍ଜିତ କାର୍ଯ୍ୟକ୍ରମ ।

• ହିନ୍ଦୁ ଧର୍ମ ଅନୁସାରେ ପୌଷ ମାସରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇ ନ ଥାଏ । 

• ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବ୍ରହ୍ମଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଆପତ୍ତି ଦର୍ଶାଇଛନ୍ତି ।

• ବିଶେଷ ଭାବେ ସେ ଆରୋପରେ ଦର୍ଶାଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାରାୟଣ ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସମ୍ବିଧାନର ଘୋର ବିରୋଧ ଅଟେ ।