ବାହାଘର ବେଦୀରେ ବର ଚୋବଉଥିଲା ଗୁଟଖା, ରାଗିଯାଇ ବରକୁ ଜୋରଦାର ଚାପୁଡ଼ା ମାରିଲା କନ୍ୟା, ଦେଖନ୍ତୁ ଭିଡ଼ିଓ

 
Bara kanya

ଆଜିକାଲି ସୋସିଆଲ ମିଡିଆରେ ବିବାହ ଭିଡିଓର ଟ୍ରେଣ୍ଡ ଚାଲିଛି। ବିବାହର ମଜାଳିଆ ଏବଂ ଆଶ୍ଚର୍ଯ୍ୟଜନକ ଭିଡିଓ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି। କେତେବେଳେ କନ୍ୟା ମଞ୍ଚରେ ପଡିଯାଉଛି, ତ ବେଳେବେଳେ ବର କ୍ୟାମେରାମ୍ୟାନଙ୍କୁ ଚାପୁଡ଼ା ମାରୁଛି। ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କନ୍ୟା ବେଦୀରେ ବରକୁ  ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।

Bahaghara

ଭିଡିଓରେ ଆପଣ ଦେଖିପାରିବେ ଯେ କନ୍ୟା ଏବଂ ବର ବସିଛନ୍ତି ଏବଂ କନ୍ୟା ବହୁତ କ୍ରୋଧିତ ଦେଖାଯାଉଛି। ପୁରା କଥା ହେଉଛି ଏକ ବିବାହରେ ବର ଗୁଟଖା ଖାଇ ବେଦୀରେ ବସିଛି ଏବଂ ବାହାଘର ବେଳେ ଗୁଟଖା ଚୋବେଇ ଚାଲିଛି। ଯାହାକୁ ଦେଖି କନ୍ୟା ରାଗି ଯାଉଛି। ଯାହାପରେ କନ୍ୟା ବରକୁ ଏକ ଜୋରଦାର ଚାପୁଡ଼ା ମାରୁଛି।

Bara kanya

ଏହା ପରେ କନ୍ୟା ହଠାତ୍ ପଣ୍ଡିତଙ୍କୁ ବନ୍ଦ କରିବାକୁ କହୁଛି ଏବଂ କ୍ରୋଧରେ ପାଖରେ ବସିଥିବା ବ୍ୟକ୍ତିଙ୍କୁ ଚାପୁଡ଼ା ମାରୁଛି। ମାଡ଼ ଖାଇବା ପରେ ବି ବର କନ୍ୟାକୁ କିଛି କହିନଥିଲା। ଚାପୁଡ଼ା ଖାଇବା ପରେ ଶୀଘ୍ର ଯାଇ ପାଟିରୁ ଗୁଟଖା ଫୋପାଡି ଆସ ବୋଲି କନ୍ୟା କହୁଛନ୍ତି। ନବବଧୂର କଥାମାନି ବର ମଧ୍ୟ ଧଡ଼ପଡ ଠିଆ ହୋଇ ଯାଉଛି। ଖାଉଥିବା ଗୁଟଖାକୁ ମୁହଁରୁ ଫୋପାଡି ଦେଉଛି।  କେବଳ ସେତିକି ନୁହେଁ ପାଖରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ରାଗିଯାଇ ନବବଧୂ ଜଣକ ଚାପୁଡ଼ା ମାରିଛନ୍ତି। ଦେଖନ୍ତୁ ଭିଡ଼ିଓ -

ଏହି ମଜାଦିର ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ କେହି ଏପରି ଭୁଲ୍ କରିବା ଉଚିତ୍ ନୁହେଁ। ଗୁଟଖା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ଏହା ଆମ ଶରୀରକୁ କ୍ଷତି ପହଞ୍ଚାଏ। କନିଆଁ ଜଣକ ବରକୁ ଉଚିତ ଶିକ୍ଷା ଦେଇଛି ବୋଲି କିଛି ଲୋକମାନେ କହିଛନ୍ତି। ତେବେ କେଉଁ ସ୍ଥାନରେ ଏଭଳି ଘଟଣା ଘଟିଛି ସେ ନେଇ କିଛି ସୂଚନା ମିଳିନାହିଁ।