ବେଡ୍‌ମେଟ୍‌ ଖୋଜୁଛନ୍ତି ଅବିବାହିତା ଯୁବତୀ, ନିଜର ଅଧା ବେଡ୍‌ ଦେବେ ଭଡା, ମାସକୁ ଏତିକି ଟଙ୍କା ରଖିଛନ୍ତି, ଜାଣନ୍ତୁ ପୁରା ଖବର

 
Bedmate

ନିଜର ବେଡ୍ ଭଡ଼ାରେ ଲଗାଉଛନ୍ତି ଯୁବତୀ । ଘରର ଭଡା ଅଧିକ ଥିବାରୁ ବ୍ୟୟରେ ସନ୍ତୁଳନ ରକ୍ଷା କରିବା ପାଇଁ ନିଜ ବେଡ୍ କୁ ସେୟାର୍ କରିବାକୁ ପ୍ରସ୍ତୁତ ଅଛନ୍ତି ଯୁବତୀ । ଏହା ଆପଣଙ୍କୁ ଅଜବ ଲାଗିଥାଇ ପାରେ । ହେଲେ କଥାଟି ସମ୍ପୂର୍ଣ୍ଣ ସତ । ଏପରି ଏକ ଘଟଣା ସାମ୍ନାକୁ ଆସିଛି କାନାଡ଼ାରୁ ।

ଘୁ

ଯୁବତୀ ଜଣକଙ୍କ ନାମ ହେଉଛି ଏଟିଙ୍ଗର । ସେ ଏହି ପ୍ରସ୍ତାବଟିକୁ ଫେସ୍ ବୁକ୍ ମାର୍କେଟ ପ୍ଲେସରେ ପୋଷ୍ଟ କରିଛନ୍ତି । ସେ ପୋଷ୍ଟଟିରେ ଲେଖିଛନ୍ତି ଯେ ସେ କାନାଡ଼ାର ଟରୋନ୍ଟୋରେ ରୁହନ୍ତି  ଏବଂ ନିଜ ପାଇଁ ଏକ ବେଡ୍ ମେଟ୍ ଖୋଜୁଛନ୍ତି । ଯୁବତୀ ଜଣଙ୍କ ଅବିବାହିତା ଅଟନ୍ତି ।

ତେଣୁ ତାଙ୍କୁ ଶୋଇବା ପାଇଁ ବେଡ୍ ର କେବଳ ଗୋଟିଏ ପାର୍ଶ୍ଵ ଆବଶ୍ୟକ ହୋଇଥିବା ବେଳେ ଆଉ ଏକ ପାର୍ଶ୍ୱ ଖାଲି ରହିଥାଏ । ଯାହାକୁ ଉପଯୋଗ କରି ଯୁବତୀ ଏକ ଭଲ ରୋଜଗାର ଉପାୟ ବାଛିଛନ୍ତି । 

ଯୁବତୀ ଜଣକ ବେଡ୍ ର ଗୋଟିଏ ପାର୍ଶ୍ୱ ପାଇଁ ୫୪,୬୦୦ ଟଙ୍କା ଭଡା ରଖିଛନ୍ତି। ସେ କହିଛନ୍ତି ସେ ପୂର୍ବରୁ ମଧ୍ୟ ଆଉ ଜଣେ ରୁମ୍ ମେଟ୍ ସହ ରହୁଥିଲେ । ତେଣୁ ଏହା କୌଣସି ବଡ କଥା ନୁହେଁ ତାଙ୍କ ପାଇଁ । ତେବେ ଆମେ ଆପଣଙ୍କୁ କହି ରଖୁଛୁ ଏହି ଅଫର୍ ଟି କେବଳ ଯୁବତୀ ମାନଙ୍କ ପାଇଁ ରହିଛି । ଯୁବକ ମାନଙ୍କ ପାଇଁ ନୁହେଁ ।

ଟରୋନ୍ଟୋରେ ରୁମ୍ ଭଡା ଗୁଡ଼ିକ ବହୁତ ଅଧିକ ହୋଇଥାଏ । ଯେଉଁଥି ପାଇଁ ରୁମ୍ ଭଡାର ବୋଝ କମ୍ କରିବା ପାଇଁ ଏଭଳି ଏକ ବିକଳ୍ପ ବାଛିଛନ୍ତି  ଯୁବତୀ ଜଣକ । ଯୁବତୀ ଜଣକ କହିଛନ୍ତି ଯେଉଁମାନେ ରହିବାକୁ ଇଛୁକ ସେମାନେ ତାଙ୍କର ଆଇଡି ପ୍ରୁଫ , ଭିସା ଏବଂ ସ୍ଲିପ୍ ଆଦି ପୂର୍ବରୁ ଦାଖଲ କରିବେ ।