ସବୁଠୁ ଖରାପ ସମୟରେ ଭାରତର ହାତ ଛାଡିଲା ବନ୍ଧୁଦେଶ ଆମେରିକା, କହିଲା ଏବେ ଆମ ପାଖରେ...

 
ସବୁଠୁ ଖରାପ ସମୟରେ ଭାରତର ହାତ ଛାଡିଲା ବନ୍ଧୁଦେଶ ଆମେରିକା, କହିଲା ଏବେ ଆମ ପାଖରେ...

ଭାରତରେ ବର୍ତ୍ତମାନ କରୋନା ର ଦୂତୀୟ ଲହର ହୁ ହୁ ହୋଇ ବଢୁଥିବା ବେଳେ କରୋନା ଟିକା ପାଇଁ କଞ୍ଚା ମାଲ୍ ଦେବାକୁ ମନା କରିଦେଇଛି ଆମେରିକା। ପୂର୍ବରୁ ଏହି କଞ୍ଚା ମାଲ୍ ରଫ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଆମେରିକା ସରକାର।

ବର୍ତ୍ତମାନ ଏହି ପ୍ରତିବନ୍ଧକ ଉଠାଇବାକୁ ଭାରତ ସରକାରଙ୍କ ଆବେଦନ ଉପରେ ଜୋ ବାଇଡନ ପ୍ରଶାସନ ପକ୍ଷରୁ ସେମାନେ ଭାରତର ଆବଶ୍ୟକତା ବୁଝୁଥିବା ବୋଲି କହିଛନ୍ତି। ସେହିପରି କୋଭିଡ-୧୯ ରେସ୍‌ପନ୍‌ସ ଟିମ୍ ର ବରିଷ୍ଠ ପରାମର୍ଶଦାତା ତଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏଣ୍ଡ ଇନ୍‌ଫେକସନ ଡିଜିଜ୍ ନିର୍ଦ୍ଦେଶକ ଡକ୍ଟର ଆନ୍ଥୋନୀ ଫାଉସି କହିଛନ୍ତି ଯେ ବର୍ତ୍ତମାନ ସମୟରେ ଭାରତ ପାଇଁ ଆମ ପାଖରେ ଦେବା ପାଇଁ କିଛି ନାହିଁ।

ଆମେରିକା ଘରୋଇ କମ୍ପାନୀ ତରଫରୁ ନିଜ ନାଗରିକ ମାନଙ୍କୁ ଟିକା ଦେବାକୁ ପ୍ରାଥମିକତା ଦେଉଥିବାରୁ ଏପରି ଘଟିଛି ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି ଡକ୍ଟର ଆନ୍ଥୋନୀ ଫାଉସି। ଅନ୍ୟପକ୍ଷରେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ତାରଞ୍ଜିତ ସିଂ ସାନ୍ଧୁ ଆମେରିକାର କର୍ତ୍ତୃପକ୍ଷଙ୍କ ପାଖରେ ଏହି ପ୍ରସଙ୍ଗ କ୍ରମାଗତ ଭାବରେ ଉଠାଉ ଥିବା ଜଣାପଡିଛି।

ଏଥିସହିତ ସେ ଆମେରିକା ପ୍ରଶାସନକୁ ଭାରତର ପରିସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ଟିକା ପାଇଁ କଞ୍ଚାମାଲକୁ ଯଥାଶୀଘ୍ର ଯୋଗାଇଦେବାକୁ ଦାବି କରିଛନ୍ତି। ତେବେ ଆମେରିକା ସରକାର ଏହି ସମସ୍ୟା କୁ ଶୀଘ୍ର ସମାଧାନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।