ରାସ୍ତାରେ କପଡ଼ା ଖୋଲି ଅର୍ଦ୍ଧନଗ୍ନ ହୋଇ ଧାରଣା ଦେଲେ ୫୦ରୁ ଉର୍ଦ୍ଧ ଏୟାର ହଷ୍ଟେସ୍, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

 
Air hostess

ବିଚ୍ ରାସ୍ତା ଉପରେ ଅର୍ଦ୍ଧନଗ୍ନ ହୋଇ ଭିକ୍ଷୋଭ ପ୍ରଦର୍ଶନ କରିଲେ ୫୦ ରୁ ଅଧିକ ଏୟାର ହଷ୍ଟେସ୍। ଏହିଭଳି ଏକ ଅଜବ ଦୃଶ୍ୟ ଇଟାଲୀ ଦେଶରେ ଦେଖିବାକୁ ମିଳିଛି। ବାସ୍ତବରେ, ଇଟାଲୀର ନୂତନ ବିମାନ କମ୍ପାନୀ ITA ଏୟାରୱେଜରେ ଦରମା ହ୍ରାସକୁ ନେଇ ସମସ୍ତ ଏୟାର ହୋଷ୍ଟେସଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଯାହାକୁ ବିରୋଧ କରିବାକୁ ଯାଇ ସେମାନେ ବିଚ୍ ରାସ୍ତା ଉପରେ ନିଜର ୟୁନିଫର୍ମ ଓଲ୍ହାଇ ଦେଇ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ।

Air hostess

ଏୟାର ହୋଷ୍ଟେସ୍ ମାନେ କରିଥିବା ଅଭିଯୋଗ ଅନୁଯାଇ ସେମାନଙ୍କର କଠିନ ପରିଶ୍ରମ ହେତୁ କମ୍ପାନୀ ସଫଳତାର ଆକାଶରେ ପହଞ୍ଚିଛି କିନ୍ତୁ ସେମାନଙ୍କ ପ୍ରତି ଅନ୍ୟାୟ ହେଉଛି। ଚାକିରୀରୁ ଛଟେଇ ଏବଂ ବିଶେଷ କରି ଦରମା ହ୍ରାସକୁ ବିରୋଧ କରିବା ପାଇଁ ଆଇଟି ଏୟାରୱେଜ୍ ବିମାନର ପ୍ରାୟ ୫୦ ମହିଳା ଏୟାର ହୋଷ୍ଟେସ୍ ସେମାନଙ୍କ ୟୁନିଫର୍ମ କାଢ଼ି କେବଳ ଅନ୍ତବସ୍ତ୍ରରେ ଠିଆ ହୋଇ କମ୍ପାନୀ ବିରୋଧରେ ଧାରଣା ଦେଇଥିଲେ।

Strike

ଇଟାଲୀର ଟ୍ରେଡ଼ ୟୁନିଅନ ମଧ୍ୟ ଏୟାରଲାଇନ୍ସର ଏପରି କାର୍ଯ୍ୟକାରିତାକୁ ନିନ୍ଦା କରିଛି। ITA ଅଧକ୍ଷ ଆଲଫ୍ରେଡୋ ଆଲଟାଭିଲା ଏହି ଧର୍ମଘଟକୁ ଏକ ଜାତୀୟ ଲଜ୍ଜା ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏୟାରଲାଇନ୍ସର କର୍ମଚାରୀମାନେ ବର୍ତ୍ତମାନର କାର୍ଯ୍ୟ ଅବସ୍ଥା ସହ ସହମତ ଅଟନ୍ତି ଏବଂ ସେମାନେ ଏପରି ଧାରଣା କରିବା ଉଚିତ୍ ନୁହେଁ।