ବିଦେଶିନୀଙ୍କୁ ଦେଖି ସମ୍ଭାଳି ପାରିଲେନି ଅଘୋରୀ ବାବା, କୁମ୍ଭ ମେଳାରେ ଖୋଜି ଦେଲେ ଜୀବନ ସାଥି, ଜାଣନ୍ତୁ ପୁରା ଘଟଣା

 
Aghori

କୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ୧୨ ବର୍ଷରେ ଥରେ ହୁଏ କୁମ୍ଭ ମେଳା ଓ ପ୍ରତିତିନି ବର୍ଷରେ ଅଲଗା ଅଲଗା ସ୍ଥାନ ହରିଦ୍ୱାର, ପ୍ରୟାଗ, ଉଜ୍ଜୟିନୀ ଓ ନାଶିକରେ ଅନୁଷ୍ଠିତ ହୁଏ ।

ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମସ୍ଥଳରେ ମହାକୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି । ଏକ ଘଟଣା ସମ୍ନାକୁ ଅସିଛି କୁମ୍ଭ ମେଳାରେ ବିଦେଶିନୀଙ୍କୁ ଦେଖି ବାବା ଜଣଙ୍କ ବିବାହ କରିବାକୁ ନିଷ୍ପତି ନେଇଥିଲେ। 

Aghori

ତେବେ ବାବା ଜଣଙ୍କ କୁମ୍ଭ ମେଳାରେ ଖୋଜି ଦେଲେ ନିଜ ଜୀବନ ସାଥି। ଅଘୋରୀ ବାବା ଜଣଙ୍କ ଦେହରେ କଳା ପୋଷାକ ପିନ୍ଧି। ଲମ୍ବା ଲମ୍ବା ଦାଢ଼ି ଜଟା ଧରି।ଦେହରେ ବୋଳି ହେଇଛନ୍ତି ଶ୍ମଶାନର ପାଉଁଶ। ଏହା ବର୍ଷ ବର୍ଷ ତପସ୍ୟାରୁ ଏମିତି ରୂପ ଧାରଣ ହେଇଥାଏ। ଦିନେ ସଂସାରର ମୋହ ମାୟା ଠାରୁ ଦୂରେଇ ଯାଇ ବାବା ଜଣଙ୍କ ଅଘୋରିରେ ପରିଣତ ହେଇଥିଲେ। 

କିନ୍ତୁ ତାଙ୍କର ତପସ୍ୟା ଭାଙ୍ଗି ଦେଇଛନ୍ତି ଜଣେ ସୁନ୍ଦରୀ ବିଦେଶୀ। ବାବାଙ୍କର ସବୁ ତପସ୍ୟାକୁ ସୁନ୍ଦରୀ ବିଦେଶିନୀ ତାଙ୍କର ରୂପ ଚର୍ଚ୍ଚାରେ ଆକର୍ଷିତ କରିଛନ୍ତି। ସେଥିପାଇଁ ବାବା ଏବେ ତପସ୍ୟା ଭାଙ୍ଗି ସମ୍ଭୋଗ ନିଶାରେ ପୁରା ମଗ୍ନ। ବାବା ଜଣଙ୍କ ବିଦେଶିନୀଙ୍କୁ କୁମ୍ଭ ମେଳାରେ ପ୍ରେମ କରି ବସିଛନ୍ତି। ଏବେ ସେହି କୁମ୍ଭ ମେଳାରେ ହିଁ ଉଭୟଙ୍କର ପଡ଼ି ଯାଇଛି ହାତ ଗଣ୍ଠି। କୁମ୍ଭ ସରିଲା ପରେ ଉଭୟ ଚତୁର୍ଥୀରେ ଯିବେ। 

ଏବେ ସଂସାର କରିବାକୁ ଇଚ୍ଛା କରିଛନ୍ତି ବାବା ଜଣଙ୍କ। ଏମିତି ଚର୍ଚ୍ଚା ଏବେ କୁମ୍ଭ ମେଳାରେ ଚାଲିଛି। ଏହି ବାବା ଜଣଙ୍କ ଏବେ କୁମ୍ଭ ମେଳାରେ ଭାଇରାଲ ହେବାରେ ଲାଗିଛନ୍ତି। ବାଇକ୍ ପଛ ପଟେ ସୁନ୍ଦରୀ ବିଦେଶିନୀଙ୍କୁ ବସାଇ ବୁଲୁଛନ୍ତି। ଏବେ ସମସ୍ତଙ୍କ ନଜର ଏହି ଅଘୋରୀ ବିଦେଶିନୀଙ୍କ ଉପରେ। ଏହି ଯୋଡି ଏବେ କୁମ୍ଭ ମେଳାରେ ଆକର୍ଷଣର କେନ୍ଦ୍ର ପାଲଟିଛି।