ଡେଲିଭେରି ବୟ କାମ କରି ସ୍ତ୍ରୀ ନର୍ସିଂ ପଢାଇଲେ, ଚାକିରୀ ପାଇବା ପରେ ସ୍ତ୍ରୀ ପ୍ରେମିକ ସହ ଫେରାର୍, ଜାଣନ୍ତୁ ପୁରା ଘଟଣା

 
Delivery boy case

ସ୍ଵାମୀ ସ୍ତ୍ରୀକୁ ପାଠ ପଢାଇ ଚାକିରୀ କରାଇବା ପରେ ସ୍ତ୍ରୀ ଏବେ ପ୍ରେମିକ ସହିତ ଫେରାର। କେବଳ ଫେରାର ହୋଇ ନାହାନ୍ତି ବରଂ ପ୍ରେମିକଙ୍କୁ ବିବାହ କରି ସୋସିଆଲ ମିଡିଆରେ ଫଟୋ ଛାଡିଛନ୍ତି ସ୍ତ୍ରୀ। ଯାହାକୁ ଦେଖି ସ୍ଵାମୀ ପୁରା ଭାଙ୍ଗି ପଡିଛନ୍ତି। ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ କଣ ଏହା ହେଉଛି ସ୍ଵାମୀ କରିଥିବା କଷ୍ଟର ଉପହାର। ବାଃ ରେ ମଣିଷ ବାଃ ବିଶ୍ୱାସ ଘାତକତା ତ କେହି ଏମାନଙ୍କ ଠାରୁ ଶିଖିବ।

ଘୁ

ପୁର୍ବରୁ ଜ୍ୟୋତି ମୌର୍ଯ୍ୟ ଓ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ହୋଇଥିବା ବିବାଦ ସହିତ ଆପଣ ବେଶ୍ ପରିଚିତ। ପୁଣି ସେହି ଭଳି ଏକ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଘଟଣା ଟି ହେଉଛି ଝାଡଖଣ୍ଡ ରାଜ୍ୟର। ଝାଡଖଣ୍ଡର ଗୋଲ୍ଡ଼ା ରେ ରହୁଥିଲେ ଟିଙ୍କୁ ଯାଦବ(ସ୍ଵାମୀ)। ଟୀଙ୍କୁ ସେଠାରେ ଡେଲିଭରି ବୟ ର କାମ କରୁଥିଲେ। ଏତେ ସ୍ୱଳ୍ପ ଆୟରେ ମଧ୍ୟ ତାଙ୍କ ପତ୍ନୀ ପ୍ରିୟା କୁମାରୀ ପାଠ ପଢିବାକୁ ଚାହିଁବାରୁ ଟିଙ୍କୁ ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କାର ଋଣ ନେଇ ତାଙ୍କ ପତ୍ନୀକୁ ଶକୁନ୍ତଳା ନର୍ସିଂ ସ୍କୁଲରେ ଆଡ଼ମିଶନ କରାଇଥିଲେ।

ଘରର ବୋଝ ସମ୍ଭାଳିବା ସହିତ ଟିଙ୍କୁ ଓଭର ଟାଇମ୍ ଡ୍ୟୁଟି କରି ସ୍ତ୍ରୀଙ୍କର ପାଠ ପଢାର ଖର୍ଚ୍ଚ ତୁଲାଉ ଥିଲେ। ଦିନ ରାତି ଏକ କରି ପରିବାର ର ଭରଣ ପୋଷଣ କରିବା ସହିତ ସ୍ତ୍ରୀ ର ସ୍ଵପ୍ନ ସାକାର ପାଇଁ ଲାଗି ପଡ଼ିଥିଲେ ଟିଙ୍କୁ। ହେଲେ ଏପଟେ କିନ୍ତୁ ସ୍ତ୍ରୀ ଟିଙ୍କୁ ଙ୍କ ସରଳତାର ବେଶ୍ ଫାଇଦା ଉଠାଇ ଥିଲେ।

Delivery boy

ପାଠ ପଢୁଥିବା ସମୟରେ ପତ୍ନୀ ପ୍ରିୟା ପଡୋଶୀ ଦିଲ୍ ଖୁସ୍ ରାଉତଙ୍କ ପ୍ରେମରେ ପଡି ଥିଲେ। ସ୍ବାମୀଙ୍କୁ ଲୁଚାଇ ଦୀର୍ଘ ଦିନର ଏହି ପ୍ରେମ ସମ୍ପର୍କ ଶେଷରେ ବିବାହର ମଧ୍ୟ ରୂପ ନେଲା। ସେପ୍ଟେମ୍ବର ୧୭ ତାରିଖରେ ପତ୍ନୀ ପ୍ରେମିକ ସହ ଫେରାର ହୋଇ ବିବାହ କରିବା ପରେ ସେପ୍ଟେମ୍ବର ୨୪ ଯାଏଁ ଟିଙ୍କୁ ଏ ବିଷୟରେ ଜାଣିବାକୁ ପାଇଥିଲେ।ଏ ଖବର ତୀଙ୍କୁ ନିଜ ସ୍ତ୍ରୀର ସୋସିଆଲ ମିଡ଼ିଆରେ ଛାଡିଥିବା ଫଟୋକୁ ଦେଖିବା ପରେ ହିଁ ଜାଣିଥିଲେ। ଏହା ଜାଣିବା ପରେ ଯେପରି ଟିଙ୍କୁଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ପରେ ସେ ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।