ପାଟନା ଷ୍ଟେସନରେ ନିଜ ପର୍ଣ୍ଣ ଭିଡ଼ିଓ ଦେଖିବା ପରେ ପ୍ରତିକ୍ରିୟା ଦେଲେ ଭିଡ଼ିଓର ଏହି ପର୍ଣ୍ଣ ଷ୍ଟାର, ଭାରତକୁ ନେଇ କହିଲେ ଏମିତି କଥା

 
Bihar Patna

ରେଳ ଷ୍ଟେସନରେ ବଡ ବଡ଼ ସ୍କ୍ରିନ ଲଗାଯାଇଥାଏ। କାମ ହେଉଛି ଲୋକଙ୍କୁ ଜଣାଇବା, କେଉଁ ଟ୍ରେନ୍, କେଉଁ ସମୟରେ ଆସିବ କିମ୍ବା କୌଣସି ବିଜ୍ଞାପନ ପାଇଁ। ଟ୍ରେନର ଆସିବା ଯିବା ସମୟ ଏଥିରେ ଯାତ୍ରୀ ମାନଙ୍କ ପାଇଁ ଦେଖାଯାଇଥାଏ ଯାହା ଦ୍ୱାରା ଯାତ୍ରୀଙ୍କ ଅସୁବିଧା ହେବ ନାହିଁ। ହେଲେ ଏହାର ଭିନ୍ନ ବ୍ୟବହାର ଦେଖିବାକୁ ମିଳିଥିଲା। ଷ୍ଟେସନରେ ସ୍ଥାପିତ ଏହି ପରଦାରେ ଅଶ୍ଳୀଳ ଭିଡ଼ିଓ ଦେଖିବାକୁ ମିଳିଥିଲା। କିଛି ସେକେଣ୍ଡ ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ 3 ମିନିଟ୍ ପାଇଁ। ବିହାରରୁ ଏହି ଖବର ଆସିଥିଲା ​​ପାଟନା ଜଙ୍କସନରେ ଏହି ଅଦ୍ଭୁତ ଘଟଣା ଘଟିଥିଲା।

Bihar Patna

ଦେଖାଦେଲା ଉତ୍ତେଜନା, ଲୋକମାନେ ଭିଡିଓ ସେୟାର କରି ଭାଇରାଲ୍ କଲେ। ରେଳବାଇ କହିଛି ଯେ ଏଜେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରେଳ ସେବା କହିଛି ଯେ ସଂପୃକ୍ତ ଏଜେନ୍ସି ବିରୋଧରେ 2 ଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଏଥିସହ ଏଜେନ୍ସିକୁ ବନ୍ଦ କରି ବ୍ଲାକ ଲିଷ୍ଟ କରାଯାଇଛି।

ଲୋକମାନେ ଏହି ପ୍ରସଙ୍ଗରେ ଭିନ୍ନ ମନ୍ତବ୍ୟ ଦେଇଥିଲେ। ବର୍ତ୍ତମାନ ଷ୍ଟେସନରେ ଚାଲିଥିବା ଏହି ପର୍ଣ୍ଣ ଭିଡ଼ିଓ ଆକ୍ଟ୍ରେଶ୍ ତଥା ପର୍ଣ୍ଣ ଷ୍ଟାର ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ରା ଲଷ୍ଟ ନାମକ ଏହି ପର୍ଣ୍ଣ ଷ୍ଟାର ନିଜ ଟ୍ୱିଟର ଆକାଉଣ୍ଟରେ ନିଜର ଏକ ଫଟୋ ସହ ଇଣ୍ଡିଆ ଲେଖିଛନ୍ତି। ଏହା ଛଡା ସେ #BiharRailwayStation ହ୍ୟାସଟ୍ୟାଗ ମଧ୍ୟ ଦେଇଛନ୍ତି। କେନ୍ଦ୍ରା ଲଷ୍ଟଙ୍କ ଏହି ଟୁଇଟ୍ ଭାଇରାଲ୍ ହେବାରେ ଲାଗିଛି।

Kendra lust

ଏହି ଟୁଇଟ୍ ସାମ୍ନାକୁ ଆସିବା ପରେ କେନ୍ଦ୍ରାଙ୍କ ଏହି ପ୍ରସଙ୍ଗର କେନ୍ଦ୍ର ପାଲଟିଛି।  ସମଗ୍ର ପ୍ରସଙ୍ଗରେ ଲୋକମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। କେହି କେହି ପଚାରୁଛନ୍ତି ଯେ ଏହା କେନ୍ଦ୍ରାଙ୍କ ପାଖକୁ କିପରି ପହଞ୍ଚିଲା, ଆଉ କେତେକ ଲେଖିଛନ୍ତି ଯେ ବର୍ତ୍ତମାନ ପାଟନା ମାମଲା ଆନ୍ତର୍ଜାତୀୟକରଣ ହୋଇଛି। ଲୋକମାନେ ଏହି ପ୍ରସଙ୍ଗରେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।