ଚଉଠି ରାତିରେ ସ୍ୱାମୀ ଶାରୀରିକ ସମ୍ବନ୍ଧ କରିବାକୁ ମନା କରିବାରୁ ସ୍ତ୍ରୀ ସମ୍ଭାଳି ପାରିଲାନି ନିଜକୁ, କରିଦେଲା ଏମିତି କାମ

 
4th night

ବାହାଘର ପରେ ହଙ୍ଗାମା। ଚଉଠି ରାତି କରିବାକୁ ମନା କରିଦେଲେ ସ୍ଵାମୀ। ସ୍ୱାମୀର ଏପରି ବ୍ୟବହାର ଦେଖି ସ୍ତ୍ରୀ ପଡ଼ିଥିଲେ ଦ୍ବନ୍ଦରେ। ହେଲେ ପରେ ସତ କଥା ଜାଣିବା ପରେ କଥା ଏବେ ପହଞ୍ଚିଛି ଥାନାରେ। ଯାହାର ତଦନ୍ତ ଆରମ୍ଭ କରି ଦେଇଛି ପୋଲିସ। ତେବେ ଆସନ୍ତୁ ଜାଣିବା ପୁରା ଘଟଣା।

କଥାଟି ଉତ୍ତରପ୍ରଦେଶ ରାଜ୍ୟର ଆଗ୍ରାର ପିନାହ ଥାନା ଅନ୍ତର୍ଗତ ଏକ ଅଞ୍ଚଳର। ଭଦ୍ରାଉଲା ଅଞ୍ଚଳର ଏକ ଝିଅର ବାହଘର ଗାଜିଆବାଦର ଏକ ପରିବାରରେ କରାଯାଇଥିଲା।

4th night

ବାହାଘର ପରେ କିନ୍ତୁ ସ୍ଵାମୀ ଚଉଠିରେ ନିଜ ସ୍ତ୍ରୀ ସହିତ କୌଣସି ସମ୍ପର୍କ ରଖି ନ ଥିଲେ। ପ୍ରଥମ ଥର ସ୍ତ୍ରୀଟି କିଛି ବୁଝି ପାରି ନ ଥିଲା। ତେଣୁ କରି ଚୁପ୍ ରହିଥିଲା ସେ। ହେଲେ ସ୍ବାମୀଙ୍କର ପ୍ରତିଦିନ ସ୍ତ୍ରୀକୁ ଅଣଦେଖା କରିବା ପରେ ସ୍ତ୍ରୀ ମନରେ ସୃଷ୍ଟି ହୋଇଥିଲା ସନ୍ଦେହ। ଯାହା ପରେ ସେ ନିଜ ନଣନ୍ଦଙ୍କୁ ମଧ୍ୟ ସବୁ କଥା କହିଥିଲେ।

ଶାଶୁ ଘର ଲୋକେ ଓଲଟା ସହଯୋଗ କରିବା ବଦଳରେ ତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲେ। ଯାହା ଝିଅଟି ଜଣାଇଥିଲେ ନିଜ ପରିବାରରେ। ଘଟଣା ଅତିଶୟ ହେବାରୁ ଝିଅ ଓ ତାର ପରିବାର ଲୋକେ ମିଶି ଥାନାରେ ଏକ ଅଭିଯୋଗ ମଧ୍ୟ ଆଣିଥିଲେ।

Marriage

ପରେ ଝିଅଟି ନିଜ ସ୍ଵାମୀ ନପୁଂସକ ଜାଣିବା ପରେ ନିଜେ ଯାଇ ଥାନାରେ ଏକ ଲିଖିତ ଅଭିଯୋଗ ପୈଠ କରାଇଥିଲେ। ଉକ୍ତ ଅଭିଯୋଗ ଅନୁସାରେ ଶାଶୁଘର ଲୋକ ତାଙ୍କୁ ବାହାଘର ଦିନ ପର ଠାରୁ ହିଁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିଲେ। ତାଙ୍କୁ ଏକ ବୁଲେଟ ଓ ଦୁଇ ଲକ୍ଷ ଟଙ୍କା ନିଜ ଘରୁ ଆଣିବା ପାଇଁ ବାଧ୍ୟ କରୁଥିଲେ। ଏପଟେ ପୁଣି ସ୍ଵାମୀ ତାଙ୍କୁ ପ୍ରଥମରୁ ସତ କଥା ନ କହି ଶାରିରୀକ ସମ୍ପର୍କ ନ ରଖିବାର ବାହାନା କାଢୁଥିଲେ।