ସ୍କୁଲରେ ଡେରିରେ ପହଞ୍ଚିବା ପରେ ଛାତ୍ରୀଙ୍କ ସହ ଏମିତି କରିଲେ ପ୍ରଧାନ ଶିକ୍ଷୟତ୍ରୀ, ଜାଣି ହେବେ ତାଜୁବ୍
ସ୍କୁଲକୁ ଡେରିରେ ଛାତ୍ରଛାତ୍ରୀ ମାନେ ପହଞ୍ଚିଲେ ବୋଲି ରାଗି ଗଲେ ପ୍ରଧାନ ଶିକ୍ଷୟତ୍ରୀ। ଆଉ ରାଗରେ ଛାତ୍ରୀ ମାନଙ୍କ ଚୁଟିକୁ କଇଁଚିରେ କାଟି ଦେଇଥିଲେ। ଜଣେ କି ଦୁଇଜଣ ନୁହେଁ ଏକାବେଳେ ୧୮ ଜଣ ଛାତ୍ରୀଙ୍କ ମୁଣ୍ଡରୁ ଚୁଟି କାଟି ଦେଇଥିଲେ ପ୍ରଧାନ ଶିକ୍ଷୟତ୍ରୀ। ଚୁଟି କାଟି ଦେବା ପରେ ଛାତ୍ରୀ ମାନେ କାନ୍ଦି କାନ୍ଦି ଘରକୁ ଫେରିଥିଲେ।
ଶୀତଦିନ ଚାଲିଥିବାରୁ ସକାଳୁ ଉଠି ଛୋଟ ଛୋଟ ପିଲାମାନେ ସ୍କୁଲକୁ ଯିବା ପାଇଁ ରାଜି ହୁଅନ୍ତି ନାହିଁ। ଆଉ ସେହି ସମୟରେ ବାପା ମା ମାନେ ପିଲା ମାନଙ୍କୁ ବୁଝାସୁଝା କରି ସ୍କୁଲ ଛାଡ଼ି ଥାଆନ୍ତି। ଆଉ ସେହି ସମୟରେ ସ୍କୁଲକୁ ଯିବା ପାଇଁ ବିଳମ୍ବ ହେବାରୁ ଶିକ୍ଷୟତ୍ରୀ ଜଣଙ୍କ ରାଗିଯାଇ ଏଭଳି କାମ କରିଥିଲେ। ଖାଲି ଡେରିରେ ସ୍କୁଲରେ ପହଞ୍ଚିଥିବା ଛାତ୍ରୀ ମାନଙ୍କ ଚୁଟି କାଟିଥିଲେ ସେତିକି ନୁହେଁ ତାସହିତ ଛାତ୍ରୀଙ୍କୁ ମାଡ ମାରିବା ସହ ଖରାରେ ପିଲା ମାନଙ୍କୁ ଠିଆ କରାଇ ଦେଇଥିଲେ।
ଆଉ ଏବିଷୟରେ କାହାକୁ ନକହିବା ପାଇଁ ଛାତ୍ରୀ ମାନଙ୍କୁ ଧମକ ମଧ୍ୟ ଦେଇଥିଲେ। ତେବେ ଏବେ ଘଟଣାଟି ସାମ୍ନାକୁ ଆସିବା ପରେ ଆରମ୍ଭ ହେଇଯାଇଥିଲା ବିବାଦ। ତେବେ ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଆଲୁରିସୀତାରାମରାଜୁ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ।
ତେବେ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଲଚନକୁ ଆସିଥିଲା। ଏହା ପରେ ଖବରଟି ପହଞ୍ଚିଥିଲା ଜିଲ୍ଲାପାଳଙ୍କ ନିକଟରେ। ପରେ ଜିଲ୍ଲାପାଳ ନେଇଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଚୁଟି କାଟିଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଏବେ ସସ୍ପେଣ୍ଟ କରିଛନ୍ତି ଜିଲ୍ଲାପାଳ।