ପ୍ରେମିକ ସହ ଥିଲା ସ୍ତ୍ରୀ, ସ୍ୱାମୀଙ୍କ ଫୋନ୍‌ କଲ୍‌ ଆସିବାରୁ ପ୍ରେମିକ ସହ ନିଜକୁ ଜାଳିଦେଲେ ମହିଳା, ଜାଣନ୍ତୁ ପୁରା ଘଟଣା

 
Swami premika

ପ୍ରେମିକ ସହ ମିଶି ନିଜକୁ ନିଆଁରେ ଜାଳି ସବୁଦିନ ପାଇଁ ଆର ପାରିକୁ ଚାଲି ଯାଇଛନ୍ତି ପ୍ରେମୀ ଯୁଗଳ ଦୁଇ ଜଣ । ନିଜ ହାତରେ ନେଇ ଯାଇଛନ୍ତି ନିଜ ଜୀବନ ତେବେ ଘଟଣା ପଛର ରହସ୍ୟ ଏବେ ବି ଅସ୍ପଷ୍ଟ । ଘଟଣାକୁ ନେଇ ପୋଲିସର ତଦନ୍ତ ଏବେ ବି ଜାରି ରହିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରର କୋଥନ ପୁର ପୋଲିସ ଷ୍ଟେସନ୍ ଅଧୀନରେ ।

ଉଇକି

ପଶ୍ଚିମବଙ୍ଗର ସୌମିନି ଦାସ ବେଙ୍ଗାଲୁରୁ ରେ ନର୍ସିଂ ପଢୁଥିଲେ । ୨୦ ବର୍ଷୀୟ ସୌମିନୀ ବିବାହିତ ଅଟନ୍ତି । ତାଙ୍କ ସ୍ବାମୀ ପଶ୍ଚିମବଙ୍ଗ ରେ ରହୁଥିବା ବେଳେ ସେ ବେଙ୍ଗାଲୁରୁ ରେ ରହି ପାଠ ପଢୁଥିଲେ । ସେଠାରେ ତାଙ୍କ ଭେଟ ହୁଏ ଅଭିଲ ଆବ୍ରାହମ୍ ଙ୍କ ସହ ।

ବୟସ ୨୯ ବର୍ଷ । ଆବ୍ରାହମ ନର୍ସିଂ ହୋମ୍ ରେ କାମ କରନ୍ତି । କିଛି ଦିନର ଦେଖା ସାକ୍ଷାତ ପରେ ଦୁଇ ଜଣଙ୍କ ମଧ୍ୟରେ ଗଢ଼ି ଉଠେ ପ୍ରେମ ସମ୍ପର୍କ । ତା ପରେ ସେମାନେ ଗୋଟିଏ ପ୍ଲାଟ୍ ଫର୍ମ ରେ ରହିବା ଆରମ୍ଭ କରନ୍ତି ।

କିଛି ମାସ ଏକାଠି ରହିବା ପରେ ନିଜ ଘରକୁ ଯାଆନ୍ତି ସୌମୀନି । ନିଜ ଘର ଲୋକଙ୍କୁ ନିଜ ପ୍ରେମ ସମ୍ପର୍କ ବିଷୟରେ ଜଣାଇବା ସହିତ ସେ ଆଉ ତାଙ୍କ ସ୍ଵାମୀ ସହିତ ଆଉ ରହିବାକୁ ଚାହୁଁ ନାହାନ୍ତି ବୋଲି ମଧ୍ୟ କହିଥିଲେ । ଏପରିକି ସେ ନିଜ ସ୍ଵାମୀଙ୍କ ଠାରୁ ଛାଡ଼ପତ୍ର ଦାବି କରିଥିଲେ ।

ରବିବାର ଅପରାହ୍ନରେ ସୌମିନି ଙ୍କୁ ତାଙ୍କ ସ୍ଵାମୀ ଫୋନ୍ କରିଥିଲେ । ଫୋନରେ ସେ ଏପରି କଣ କଥା ହେଲେ ଯେ ତା ପରେ ସେ ଓ ଆବ୍ରାହାମ ପେଟ୍ରୋଲ ଢ଼ାଳି ହୋଇ ନିଜ ଦେହରେ ନିଆଁ ଲଗାଇ ଦେଲେ । ସେମାନଙ୍କର ଚିତ୍କାର ଶୁଣିବା ପରେ ପଡୋଶୀ ମାନେ ସେଠାରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇ ଥିଲେ । ଯାହା ପରେ ହସ୍ପିଟାଲ ରେ ଦୁଇ ଜଣ ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ।