ସାଙ୍ଗର ବାହାଘରେ ଗିଫ୍ଟ ଦେଇସାରି ଟଳି ପଡ଼ିଲେ ଯୁବକ, ସାଙ୍ଗ ଆଗରେ ଚାଲିଗଲା ସାଙ୍ଗର ଜୀବନ, ଜାଣନ୍ତୁ ପୁରା ଘଟଣା

 
Sanga

ସାଙ୍ଗର ବାହାଘରକୁ ଶୁଭେଚ୍ଛା ଜଣେଇବା ପାଇଁ ଯୁବକ ଜଣଙ୍କ ବାଙ୍ଗାଲୋରରୁ ଆସିଥିଲେ ଆନ୍ଧ୍ରପ୍ରଦେଶ। ଷ୍ଟେଜରେ ବର କନ୍ୟାକୁ ଦେଖି ସାଙ୍ଗ ମାନେ ଖୁସିରେ ଗିଫ୍ଟ ଦେଇଥିଲେ। ତା'ପରେ ସାଙ୍ଗ ମଧ୍ୟ ଖୁସିରେ ଗିଫ୍ଟଟିକୁ ଗ୍ରହଣକରି ଗିଫ୍ଟଟିକୁ ଖୋଲିଥିଲେ। ହେଲେ ଗିଫ୍ଟଟିକୁ ଖୋଲି ଦେଖିବା ପୂର୍ବରୁ ହିଁ ସାଙ୍ଗର କ୍ଷଣି କରେ ଚାଲିଗଲା ଜୀବନ। ହଠାତ ଖରାପ ହେଇଯାଇଥିଲା ଯୁନଙ୍କ ଦେହ। ଛାତିରେ ଯନ୍ତ୍ରଣା ଯୋଗୁଁ ଷ୍ଟେଜ ଉପରେ ହିଁ ଖସି ପଡ଼ିଥିଲେ ସାଙ୍ଗ ଜଣଙ୍କ। 

Friend

ଏପରି ଏକ ଘଟଣା ଆନ୍ଧ୍ରପ୍ରଦେଶ ଜିଲ୍ଲାରେ ଘଟିଛି। ମୃତ ଯୁବକଙ୍କ ନାଁ ଧାମସୀ ଓ ସେ ବାଙ୍ଗାଲୋରରେ ଆମାଜନ କଂପାନୀରେ ଚାକିରୀ କରୁଥିବା ଜଣାପଡିଛି। କେବଳ ନିଜ ସାଙ୍ଗର ବହାଘରରେ ଯୋଗ ଦେବା ପାଇଁ ସେ ବାଙ୍ଗାଲୋରରୁ ବାହାରି କୁର୍ନୂଲ ଜିଲ୍ଲାର ପୁନୂମୁଡୁ ଗାଁରେ ପହଞ୍ଚିଥିଲେ। ବାହାଘରରେ ସମସ୍ତେ ଖୁସି ମନଉଥିବା ବେଳେ ଏହି ଦୁଃଖଦ ଘଟଣା ପରେ ଦେଖିବାକୁ ମିଳିଥିଲା ଶୋକର ଛାୟା। 

କେହି ଏହାକୁ ସହଜରେ ବିଶ୍ବାସ ବି କରିପାରୁନଥିଲେ। ବିବାହ ଉତ୍ସବରେ ବର କନ୍ୟା ଷ୍ଟେଜ ଉପରେ ଥିବା ବେଳେ ଅନ୍ୟ ମାନେ ମଜାମସ୍ତି କରୁଥିଲେ। ଏହି ସମୟରେ ଗିଫ୍ଟ ଦେବା ପାଇଁ ଭାମସୀ ଷ୍ଟେଜ ଉପରକୁ ଯାଇଥିଲେ। ହେଲେ ଗିଫ୍ଟ ଦେଲା ବେଳେ ସେହି ଠାରେ ହିଁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତା'ପରେ ନିଜ ଉପରେ ନିୟନ୍ତ୍ରଣ ହରାଇ ଷ୍ଟେଜ ଉପରେ ହିଁ ଟଳି ପଡ଼ିଥିଲେ।

ସେଠାରେ ଉପସ୍ଥିତ ଥିବା ଲୋକ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବିବାହ ଉତ୍ସବରେ ହଠାତ୍ ଶୋକର ଛାୟା ଖେଳି ଯାଇଛି। ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ ଗତ ୧୮ ତାରିଖରେ ଉତ୍ତରପ୍ରଦେଶର ଜଣେ ୨୨ ବର୍ଷୀୟ ଯୁବକ ବାହାଘର ପୂର୍ବ ରାତିରେ ଘରେ ଚାଲିଥିବା ବାରାତ ପାର୍ଟିରେ ସାମିଲ ହେବାର କିଛି ସମୟ ପରେ ଟଳି ପଡ଼ିଥିଲେ।