କୋଭିଡ୍ ପରେ ଏବେ ଭାରତ ମୁହାଁ ଚାଇନାର ରହସ୍ୟମୟୀ ରୋଗ, ରୋଗୀଙ୍କଠାରେ ଦେଖା ଦେଉଛି ଏହିସବୁ ଲକ୍ଷଣ

 
Chinese fever
କୋଭିଡ୍ ୧୯ ପରେ ଏବେ ବ୍ୟାପିବାରେ ଲାଗିଛି ଆଉ ଏକ ନୂଆ ମାରାତ୍ମକ ରୋଗ । ଯାହାକୁ ନେଇ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଜାରି କରିଛି ସତର୍କ ସୂଚନା । ଭାରତ ସରକାର ମଧ୍ୟ ଏ ନେଇ ଅବଲମ୍ବନ କରୁଛନ୍ତି ପୂର୍ବ ସତର୍କତା ।

ତେବେ ଚୀନରେ ଏବେ ଦେଖା ଦେଇଛି ଆଉ ଏକ ମାରାତ୍ମକ ଜ୍ଵର । ଚୀନ୍ ର ମେଡିକାଲ୍ ରେ ଏବେ ଦେଖା ଦେଇଛି ରୋଗୀ ମାନଙ୍କ ଭିଡ଼ । ହେଲେ ଚୀନ୍ ଏ ନେଇ ଏ ପର୍ଯ୍ୟନ୍ତ ଦେଉ ନାହିଁ ସଠିକ୍ ବୟାନ । ସବୁ ଜାଣି ମଧ୍ୟ ଅଜଣା ହେବାର ଅଭିନୟ କରୁଛି ଚୀନ୍ ।

China

ସୂଚନା ଅନୁସାରେ ଚୀନ୍ ରେ NH92 ନାମକ ଏକ ସଂକ୍ରମଣ ଦେଖା ଦେଇଛି । ଯେଉଁଥିରେ ଲୋକ ମାନଙ୍କୁ ନିମୁନିଆ ଭଳି ଜ୍ଵର ହୋଇ ପରିସ୍ଥିତି ଖରାପ୍ ଆଡ଼କୁ ଗତି କରୁଛି । ଚୀନ୍ ର ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଏହା ଉପର ସୂଚନା ଦେଇଥିଲା ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ । ଯେଉଁଥିରୁ ଜଣା ପଡିଛି ଏହା ବିଶେଷ ସଂକ୍ରମକ ନୁହେଁ ।

ଋତୁକାଳୀନ ଥଣ୍ଡା ପ୍ରତି ସତର୍କତା ଅବଲମ୍ବନ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ କହିଛି। ଏଥିପାଇଁ କ'ଣ କରିବାକୁ ଓ ନ କରିବାକୁ ହେବ, ସେସବୁ ଉଲ୍ଲେଖ କରାଯାଇ ଗାଇଡ୍‌ଲାନ୍‌ ମଧ୍ୟ ଜାରି କରାଯାଇଛି। କାଶିବା ତଥା ଛିଙ୍କିବା ବେଳେ ମୁହଁ ଘୋଡ଼ାଇ ରଖିବା, ବାରମ୍ବାର ହାତ ଧୋଇବା, ମୁହଁରେ ହାତ ନ ମାରିବା, ଜନଗହଳି ସ୍ଥାନରେ ମାସ୍କ୍‌ ବ୍ୟବହାର କରିବାକୁ କୁହାଯାଇଛି।

Nimonia

ପରିସ୍ଥିତି ଉଦ୍‌ବେଗଜନକ ନ ଥିଲେ ବି ଡାକ୍ତରୀ କର୍ମଚାରୀମାନେ ଏହି ସଂକ୍ରାମକ ରୋଗ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ କହିଛି। ପେଡିଆଟ୍ରିକ୍‌ (ଶିଶୁ ରୋଗ ବିଭାଗ) ଓ ମେଡିସିନ୍‌ ବିଭାଗରେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯିବା ଉଚିତ ବୋଲି କୁହାଯାଇଛି।