ଦେଖନ୍ତୁ ଭିଡ଼ିଓ: ଜୀବନ ବଞ୍ଚାଇବାକୁ ଯାଇ ଆମେରିକୀୟ ସୈନିକଙ୍କ ହାତରେ ଛୁଆକୁ ଟେକିଦେଲା ମାଆ ! ଦୃଶ୍ୟ ଦେଖି ଆଖିରେ ଆସିଯିବ ଲୁହ…..

 
Toddler

ତାଲିବାନ ଆଫଗାନିସ୍ତାନକୁ କବ୍ଜା କରିବା ପରେ ସେଠାକାର ଲୋକେ ବର୍ତ୍ତମାନ ଭୟ ଓ ସନ୍ତର୍ପଣ ମଧ୍ୟରେ ରହିଛନ୍ତି। ପୂର୍ବରୁ ତାଲିବାନ ଦ୍ୱାରା କରାଯାଇଥିବା ଅତ୍ୟାଚାର ମନରୁ ଲିଭିନଥିବାରୁ ଆଫଗାନବାସି ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଛନ୍ତି। କାବୁଲ ବିମାନବନ୍ଦରରେ ଦେଶ ଛାଡ଼ିବା ପାଇଁ ହଜ଼ାର ହଜ଼ାର ଲୋକେ ଗହଳି କରିବା ସହ ଆମେରିକା ଏବଂ ବ୍ରିଟିଶ ସୈନିକମାନଙ୍କୁ ଜୀବନ ବଞ୍ଚାଇବା ପାଇଁ ମିନତୀ କରୁଥିବା ଦେଖିବାକୁ ମିଳିଛି।

Child thrown

ମିଳିଥିବା ସୂଚନା ଅନୁଯାଇ କାବୁଲ ଏୟାରପୋର୍ଟ ବର୍ତ୍ତମାନ ସୁଦ୍ଧା ବ୍ରିଟିଶ ଏବଂ ଆମେରିକୀୟ ସେନା ଅଧୀନରେ ରହିଛି। ତେବେ, ମଙ୍ଗଳବାର କିଛି ମହିଳା ସେମାନଙ୍କ ଛୋଟ ଛୁଆଙ୍କୁ ବଞ୍ଚାଇବା ପାଇଁ ଆମେରିକୀୟ ସୈନିକଙ୍କ ହାତକୁ ଟେକି ଦେଇଥିଲେ। ନିଜ ସନ୍ତାନର ଜୀବନ ବଞ୍ଚାଇବା ପାଇଁ ତାକୁ ସୈନିକମାନଙ୍କ ହାତରେ ଟେକି ଦେଉଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା ଯାହା ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା।

ଦେଖନ୍ତୁ ଭିଡ଼ିଓ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୮୦୦ ବ୍ରିଟିଶ ଏବଂ ୫୦୦୦ ଆମେରିକୀୟ ସୈନିକ ନିଜ ଦେଶର ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଉପସ୍ଥିତ ଅଛନ୍ତି। ସେମାନେ ନିଜ ଦେଶର ସମସ୍ତ ନାଗରିକଙ୍କୁ ଉଦ୍ଧାର କରିବା ପରେ ସେଠାରୁ ପଳାଇଯିବେ। ତେବେ, ଅନେକ ଆଫଗାନବାସୀ ଆମେରିକୀୟ ସେନା ସହାୟତାରେ ଦେଶ ଛାଡ଼ିବା ପାଇଁ ଚାହୁଁଥିଲେ ମଧ୍ୟ ଏହା ବାସ୍ତବରେ ସମ୍ଭବ ହୋଇ ନ ପାରିବାରୁ ସେମାନେ କୌଣସି ସାହାଯ୍ୟ କରି ପାରୁନାହାନ୍ତି।