ଦେଖନ୍ତୁ ଭିଡ଼ିଓ: ଉଡାଯାହାଡ଼ରେ ଓହଳି ଦେଶ ଛାଡିବାକୁ ଚେଷ୍ଟା କରୁଥିଲେ ଆଫଗାନବାସୀ, ତଳକୁ ଖସିପଡ଼ିଲେ ଏବଂ..

 
People falling from aeroplane

ଆଫଗାନିସ୍ତାନକୁ ତାଲିବାନ ଅଧିଗ୍ରହଣ କରିବା ପରେ ଏବେ ଏହି ଦେଶର ଭାଗ୍ୟକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଜାରି ରହିଛି। ପୂର୍ବରୁ ଲୋକେ ତାଲିବାନର କ୍ରୁର ରୂପ ଏବଂ ଆତଙ୍କରାଜ ଦେଖିଥିବାରୁ। ଦେଶର ନାଗରିକ ମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏପରି ପରିସ୍ଥିତିରେ ସେଠାରୁ ପଳାୟନ କରିବାକୁ ଲୋକେ ପ୍ରାଣ ପଣେ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି।

ଏପରି ପରିସ୍ଥିତିରେ ଏକ ଭିଡ଼ିଓ ବହୁତ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଶ ଛାଡ଼ିବା ପାଇଁ ଲୋକେ ବିମାନବନ୍ଦରରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି। ଏପରିକି କିଛି ଲୋକେ ଉଡ଼ାଯାହାଜ ଡେଣା ଏବଂ ଚକ ସାହାଯ୍ୟରେ ଓହଳି ଯିବାକୁ ପଛାଉ ନାହାନ୍ତି। ଏହି ଭିଡ଼ିଓରେ ଆମେରିକୀୟ ବିମାନରେ ଓହଳି ଯିବାପାଇଁ ଚେଷ୍ଟା କରୁଥିବା କିଛି ଲୋକେ ହଜ଼ାର ହଜ଼ାର ଫୁଟ ଉପରେ ତଳେ ପଡ଼ି ଯାଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡ଼ିଓ:-

ସାଧାରଣତଃ ବିମାନ ଉଡ଼ିବା ସମୟରେ ରନୱେ ସମ୍ପୂର୍ଣ୍ଣ ଭାବରେ ଖାଲି ରହିଥାଏ। କିନ୍ତୁ, କାବୁଲ ଏୟାରପୋର୍ଟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ହଜାର ହଜାର ଲୋକେ ବିମାନ ଉଡ଼ିବା ସମୟରେ ଏହା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ତାଲିବାନ ଆକ୍ରମଣକୁ ଡରି ଅନେକ ଆଫଗାନବାସୀ ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରିଥିଲେ।