ଝିଅମାନେ ହୋଇଯାଆନ୍ତୁ ସାବଧାନ! ଆପଣଙ୍କ ମୁହଁ ବି ଲାଗିଯାଇପାରେ ଅଶ୍ଳୀଳ ଦେହ ସହ, ଜାଣନ୍ତୁ ପୁରା ଖବର

 
Rashmika

ଟେକନୋଲୋଜିରେ ବିକାଶ ମଣିଷ ଜୀବନକୁ ସରସ ସୁନ୍ଦର କରିବା ସହିତ ଦେଶରେ ଉନ୍ନତି ଆଣିଥାଏ । ହେଲେ ଆଜି କାଲି ଲୋକେ ଟେକନୋଲୋଜିକୁ ନେଇ ବହୁ ପ୍ରକାରର ଅପବ୍ୟବହାର କରୁଛନ୍ତି । ଯାହାର ଶିକାର ହେଉଛନ୍ତି ସାଧାରଣ ଜନତା ।

ନିକଟରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ନାମୀଦାମୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏହି ଅନଲାଇନ୍ ର ଫେକ୍ ଜାଲରେ ଛନ୍ଦି ହୋଇ ଯାଇଛନ୍ତି । ଡିପଫେକ ଭିଡିଓ ଶିକାର ହୋଇଛନ୍ତି ରଶ୍ମିକା ।

ହୋଇ

ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ଯାହା ପରେ ନିଜର ମତ ରଖିଥିଲେ ରଶ୍ମିକା । ରଶ୍ମିକା ଏ ନେଇ ଦୁଃଖ ପ୍ରକାଶ କରି କହିଥିଲେ ଏ ଭିଡିଓଟି ମୋର ନୁହେଁ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତଥା ଏଆଇ ସାହାଯ୍ୟରେ ଏ ଭିଡ଼ିଓଟି ପ୍ରସ୍ତୁତ ହୋଇଛି ।

ଅରିଜିନାଲ ଭିଡିଓରେ ଜାରା ପଟେଲ ରହିଛନ୍ତି । କିନ୍ତୁ ଡିପଫେକରେ ତାଙ୍କ ଚେହେରା ବଦଳରେ ରଶ୍ମିକାଙ୍କ ଚେହେରା ଦେଖିବାକୁ ମିଳିଛି । ଏ ନେଇ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏପରି ଫେକ ମେସେଜ କିମ୍ବା ଭିଡ଼ିଓ ଭାଇରାଲ କରୁଥିବା ପ୍ଲାଟଫର୍ମ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଜିବ ।

ଯଦି ପ୍ଳାଟଫର୍ମ ଏହାକୁ ଛତିଶ ଘଣ୍ଟା ମଧ୍ୟରେ ନ ହଟାଏ ତେବେ ଉକ୍ତ ପ୍ଳାଟଫର୍ମ ବିରୁଦ୍ଧରେ ସଂପୃକ୍ତ ବ୍ୟକ୍ତି କୋର୍ଟର ଦ୍ୱାରସ୍ଥ ହୋଇ ପାରିବେ । ଏହି ମାମଲା ପରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ସୋସିଆଲ ମିଡିଆ କମ୍ପାନିଙ୍କୁ ଏକ ଆଡଭାଇଜରୀ ଜାରି କରିଛନ୍ତି ଏବଂ ବର୍ତ୍ତମାନ ଥିବା ଆଡଭାଇଜରୀ ଦୋହରାଇଛି।

ସରକାର କମ୍ପାନିଙ୍କୁ ଆଇଟି ଇଣ୍ଟରମିଡିଏଟ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କହିଛି। ସରକାର ସୂଚନା ଏବଂ ପ୍ରଯୁକ୍ତି ନିୟମ (ଆଇଟି ଆକ୍ଟ) ୨୦୦୦ର ଧାରା ୬୬ (ଗ)ରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ କମ୍ପ୍ୟୁଟର ସଂସ୍ଥାଧନର ଉପଯୋଗ କରି ଠକେଇ ପାଇଁ ଦଣ୍ଡ ୩ ବର୍ଷ ପର୍ଯ୍ୟନ୍ତ ଏବଂ ୧ ଲକ୍ଷ ଟଙ୍କାର ଜରିମାନା ରହିଛି।