ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ନିଜ ପସନ୍ଦର ପୁଅକୁ ବାହା ହେବେ ଯୁବତୀ, ପରିବାର କରିପାରିବେନି ଆପତ୍ତି, ଜାଣନ୍ତୁ ପୁରା ଖବର

 
Highcourt

ଝିଅଟିର ସମ୍ପୂର୍ଣ ଅଧିକାର ରହିଛି ସେ ତାର ମନ ପସନ୍ଦର ଜୀବନ ସାଥିକୁ ବିବାହ କରି ପାରିବ । ମନ ପସନ୍ଦର ସାଥିକୁ ବିବାହ କରିବା ଝିଅ ହୁଅନ୍ତୁ କିମ୍ବା ପୁଅର ମାନବିକ ଅଧିକାର ଅଟେ । ଜଣେ ଯୁବତୀ ସାବାଳିକା ହେବା ପରେ ସେ ତାର ମନ ପସନ୍ଦର ମଣିଷକୁ ବିବାହ କରି ପାରିବ । ଏଥିରେ ତାର ସମ୍ପୂର୍ଣ ଅଧିକାର ରହିଛି । ନା ପରିବାର ଲୋକେ ନା ଆଇନ୍ ଏଥିରେ ବାଧା ସୃଷ୍ଟି କରି ପାରିବ ନାହିଁ । ଏପରି ଏକ ମନ୍ତବ୍ୟ ଦେଇଛି ହାଇକୋର୍ଟ ।

 ସି

ଜଷ୍ଟିସ ତୁଷାର ରାଓ ଗୋଡେଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ପ୍ରେମ ବିବାହ କରିଥିବା ଦୁଇ ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବେଳେ ଏହି ଶୁଣାଣି କରିଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ବିବାହ କରିଥିବା ଉଭୟ ପୁଅ ଓ ଝିଅ ସାବାଳକ ଓ ସାବଳିକା ଅଟନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ । ତେଣୁ କରି ତାଙ୍କର ସମ୍ପୂର୍ଣ ଅଧିକାର ରହିଛି ନିଜ ମନ ପସନ୍ଦର ସାଥୀକୁ ବିବାହ କରିବା ।

ଯଦି ଏହି କ୍ଷେତ୍ରରେ ପରିବାରର ସଦସ୍ୟ କିଛି ବାଧା ସୃଷ୍ଟି କରନ୍ତି ତେବେ ଏହା ଆଇନ୍ ଗତ ଠିକ୍ ନୁହେଁ । ଏଭଳି କ୍ଷେତ୍ରରେ ପୋଲିସର କର୍ତ୍ତବ୍ୟ ହେଉଛି ଦମ୍ପତ୍ତି ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ।

Couple

ହାଇକୋର୍ଟରେ ଆବେଦନକାରୀ ଦର୍ଶାଇଛନ୍ତି ଯେ ସେମାନେ ଅନେକ ଦିନ ଧରି ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ଏବେ ସେମାନେ ପିତା ମାତାଙ୍କର ବିରୋଧରେ ବିବାହ କରିଛନ୍ତି । ସେ ଏବେ ଖୁସିରେ ରହିଛନ୍ତି ।

ହେଲେ ଏପଟେ କିନ୍ତୁ ପରିବାର ଲୋକେ ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି । ବିଶେଷ କରି ଝିଅର ପରିବାର ଏକ ଅଭିଯୋଗ ଦାଖଲ କରିଛନ୍ତି । ହେଲେ ଏହାକୁ ସୁପ୍ରିମ କୋର୍ଟ ଆଜି ଖାରଜ କରି କହିଛନ୍ତି ଏହା କୌଣସି ବେଆଇନ୍ କାର୍ଯ୍ୟ ନୁହେଁ ।