ଏମିତି ବି ଆସେ ମୃତ୍ୟୁ! ଭାଈ ବାହାଘରରେ ନାଚୁନାଚୁ ଯୁବତୀଙ୍କ ଚାଲିଗଲା ଜୀବନ, ଦେଖନ୍ତୁ ଭାଇରାଲ୍ ଭିଡିଓ
ଭାଇ ବାହାଘର ଖୁସି ସେତେବେଳେ ଦୁଃଖରେ ବଦଳିଗଲା, ଯେତେବେଳେ ଷ୍ଟେଜ୍ ଉପରେ ନାଚୁଥିବା ଭଉଣୀ ହଠାତ୍ ତଳେ ପଡ଼ିଗଲା, ପରେ ଆଉ ଉଠି ନ ଥିଲା । ଘଟଣାସ୍ଥଳରେ ଥିବା ଲୋକମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ, ହେଲେ ସେଠାରେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ।ଏଭଳି ଦୁଃଖଦାୟକ ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶାରେ ।
ନିଜର ସମ୍ପର୍କୀୟ ଭଉଣୀଙ୍କ ବାହାଘର କାର୍ଯ୍ୟକ୍ରମରେ ଜଣେ ଯୁବତୀ ଷ୍ଟେଜ ଉପରେ ବେଧଡ଼କ ଡ୍ୟାନ୍ସ କରୁଥିଲେ। ସମସ୍ତେ ଏହାର ମଜା ମଧ୍ୟ ଉଠାଉଥିଲେ। କିନ୍ତୁ ନାଚୁ ନାଚୁ ଯୁବତୀ ଜଣଙ୍କ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ନାଚିବା ବେଳେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ବାହାଘର ପାଇଁ ଉତ୍ସବ ମୁଖର ଥିବା ପୂରା ପରିବେଶରେ ଖେଳି ଯାଇଛି ଶୋକ।
ହୃଦଘାତରେ ଜଣେ ୨୩ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି। ପ୍ରାଣ ହରାଇଥିବା ଯୁବତୀ ଜଣଙ୍କ ହେଲେ ପରିଣୀତା ଜୈନ। ତାଙ୍କ ଘର ଇନ୍ଦୋରରେ। ସେ ନିଜର ସମ୍ପର୍କୀୟ ଭଉଣୀଙ୍କ ବାହାଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ବିଦିଶା ଆସିଥିଲେ। ବାହାଘର ପାଇଁ ଶନିବାର ହଳଦୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ନାଚଗୀତର ଆସର ଜମି ଥିଲା। ପ୍ରାୟ ୨୦୦ ଜଣ ଅତିଥି ଯୋଗ ଦେଇଥିଲେ।
ଭିଡିଓରେ ଦେଖାଯାଉଛି, ବିବାହର ମାହୋଲ ବହୁତ ହସଖୁସିର ରହିଛି । ରଙ୍ଗ ବେରଙ୍ଗର ଲାଇଟରେ ସଜା ହୋଇଥିବା ଷ୍ଟେଜ୍ ଉପରେ ଯୁବତୀ ଖୁସି ଖୁସିରେ ନାଚୁଛନ୍ତି । କିନ୍ତୁ ହଠାତ୍ ସେ ଷ୍ଟେଜ୍ ଉପରେ ତଳେ ପଡ଼ିଯାଉଛନ୍ତି । ପ୍ରଥମେ ଲୋକଙ୍କୁ ଲାଗିଥିଲା ଯେ ସେ ମଜା କରୁଛନ୍ତି, କିନ୍ତୁ ଯେତେବେଳେ ଯୁବତୀ ବହୁତ ସମୟ ଧରି ଉଠି ନ ଥିଲେ, ତାଙ୍କ ପରିଜନମାନେ ଭୟଭୀତ ହୋଇପଡ଼ିଥିଲେ ।
SHOCKING NEWS 🚨
— Times Algebra (@TimesAlgebraIND) February 9, 2025
Lady passes away while dancing due to Heart Attack in MP's Vidisha.pic.twitter.com/rlyggU9K7C
ଲୋକମାନେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରାଥମିକ ଯାଞ୍ଚରେ ହୃଦଘାତ କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବତୀଙ୍କ ସ୍ୱାସ୍ଥ୍ୟ ପୂର୍ବରୁ ହିଁ ଠିକ୍ ଥିଲା, ତାଙ୍କୁ କୌଣସି ବି ଗମ୍ଭୀର ସମସ୍ୟା ନ ଥିଲା ବୋଲି କୁହାଯାଉଛି ।