​​​​ପରିଣତ ବୟସରେ ମା' ହେଲେ ବୃଦ୍ଧା, ଲୋକଲଜ୍ଜା ଭୟରେ ଏପରି କାଣ୍ଡ ଘଟାଇଲେ ମହିଳା, ଜାଣନ୍ତୁ ପୁରା ଘଟଣା

 
Brudha
ପରିଣତ ବୟସରେ ପିଲା ଜନ୍ମ କରି ଲୋକ ଲଜ୍ଜା ଓ ପଇସା ଲୋଭରେ ନିଜ ଛୁଆକୁ ବିକି ଦେଇଛି ମାଆ । ଆଜ୍ଞା ହଁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ପଢୁଆ ପଦା ଅଞ୍ଚଳରେ । କଥା ଟି ସାମ୍ନାକୁ ଆସିବା ପରେ ପୋଲିସ ଛୁଆ ବିକା କିଣା କରିଥିବା ଉଭୟ ପକ୍ଷକୁ ଥାନାକୁ ନେଇ ପଚରା ଉଚରା ଆରମ୍ଭ କରିଛି । 

R

ଏପରି ଏକ ଘଟଣା ଘଟିବା ପରେ ଲୋକଙ୍କ ମୁହଁରୁ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳିଛି । କିଏ ମାକୁ ଦୋଷ ଦେଉଛି ତ କେହି କେହି ମାଆର ପରିସ୍ଥିତିକୁ ବୁଝି ସାନ୍ତ୍ଵନାର ବାର୍ତ୍ତା ଦେଉଛନ୍ତି । ସେହି ସମୟରେ ଅନ୍ୟ କିଛି ଲୋକ ବେ ଆଇନ୍ ଭାବେ ଛୁଆକୁ କିଣିଥିବା ହେତୁ କିଣିଥିବା ଦମ୍ପତିଙ୍କୁ ମଧ୍ୟ ସମାଲୋଚନା କରୁଛନ୍ତି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ପଢୁଆ ଅଞ୍ଚକରେ ଜଣେ ବୟସ୍କ ମହିଳାଙ୍କର ପୂର୍ବରୁ ଗୋଟିଏ ୨୪ ବର୍ଷ ଓ ଅନ୍ୟଟି ୨୮ ବର୍ଷର ପୁଅ ରହିଥିବା ବେଳେ ଦମ୍ପତି ଜଣକ ଆଉ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ମାଆ ଜଣକ ଶିଶୁଟିକୁ ଜନ୍ମ ଦେବା ପରେ ସମାଜର ନିନ୍ଦାର , ଭୟରେ ହେଉ ବା ଟଙ୍କା ଲୋଭରେ ପୁତ୍ର ସନ୍ତାନଟିକୁ ଅନ୍ୟ ଏକ ନିସନ୍ତାନ ଦମ୍ପତିଙ୍କ ହାତକୁ ଟେକି ଦେଇଥିଲେ । 

ହେଲେ ପରେ କଣ ହେଲା କେଜାଣି କି ମାଆ ମନ ତାଙ୍କର ବାଧା ଦେବାରୁ ସେ ପୁଣି ନିଜ ପିଲାକୁ ଫେରାଇ ନେଇଥିଲେ । ନିଜ ପିଲାକୁ ଫେରାଇ ନେଉଥିବା ସମୟରେ ଏ କଥା ଅନ୍ୟ ଲୋକ ବି ଜାଣିବାକୁ ପାଇଥିଲେ । ପରେ ଏ ଖବର ପୋଲିସ୍ ପାଖରେ ପହଞ୍ଚିଥିଲା । ଏହା ପରେ ପୋଲିସ୍ ଏ ନେଇ ଅଧିକ ତର୍ଜମା ଆରମ୍ଭ କରିଥିଲା ।