ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଜାରି ହେଲା ନୂଆ ଯୋଜନା, ଏଣିକି ଆପଣଙ୍କୁ ବି ମିଳିବ ପକ୍କା ଘର ! ତେବେ ଜାଣନ୍ତୁ କଣ ରହିଛି ଏହି ଯୋଜନା

 
Modi

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଜାରି ହେଲା ନୂଆ ଯୋଜନା । ଏହି ଯୋଜନା ମାଧ୍ୟମରେ ଏଣିକି ସମସ୍ତଙ୍କୁ ମିଳିବ ପକ୍କା ଘର । ୨୦୨୪ ସାଧାରଣ ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ଯୋଜନାର ଅନୁମୋଦନ କରିଛନ୍ତି । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ କଣ ରହିଛି ଏହି ଯୋଜନା .....

Us

ପଧାନମନ୍ତ୍ରୀ ଆବାସ ଯୋଜନା । ଏହି ଯୋଜନା ଅନୁସାରେ ଆପଣଙ୍କୁ ପକ୍କା ଘର ମିଳିପାରେ । ତେବେ ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଦେଶରେ ଯେପରି କୌଣସି ବି ବ୍ୟକ୍ତି ବେଘର ନ ହୁଅନ୍ତୁ । 

ତେବେ ପ୍ରାୟ ୯ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୫ ଜୁନ ରେ ଏହି ଯୋଜନାର ଆରମ୍ଭ କରା ଯାଇଥିଲା । ଉଭୟ ଗ୍ରାମ ଏବଂ ସହରରେ ଏହି ଯୋଜନା ଉପଲବ୍ଧ ଅଟେ । ଗ୍ରାମରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ କୁହା ଯାଉଥିବା ବେଳେ ସହର ସ୍ତରରେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ବୋଲି କୁହା ଯାଉଛି ।

ସୂଚନା ଅନୁସାରେ ଏହି ୯ ବର୍ଷ ମଧ୍ୟରେ ଉଭୟ ଗ୍ରାମ ଓ ସହର ସ୍ତରରେ ପ୍ରାୟତଃ ୧ କୋଟିରୁ ଉର୍ଦ୍ଧ୍ବ ଘର ବଣ୍ଟା ଯାଇଛି । ତେବେ ଆପଣ ବି ଚାହିଁଲେ ଏଥି ପାଇଁ ଆବେଦନ କରି ପାରିବେ ।

ଜାଣନ୍ତୁ କଣ ରହିଛି ଆବଶ୍ୟକୀୟ ପ୍ରମାଣପତ୍ର.....

* ପରିଚୟ ପତ୍ର 

* ଇନକମ ସାର୍ଟିଫିକେଟ 

* ଠିକଣା ପ୍ରମାଣ 

* ପାସପୋର୍ଟ ସାଇଜ ଫଟୋ 

* ସମ୍ପତ୍ତି ପ୍ରମାଣ 

ତେବେ ସବୁଠାରୁ ଗୁରୁତ୍ଵର ବିଷୟ ହେଉଛି ଆପଣ ୧୮ ବର୍ଷରୁ ଉର୍ଦ୍ଧ୍ଵ ହୋଇଥିବା ସହ ଆପଣଙ୍କର ବାର୍ଷିକ ଆୟ ୩ ଲକ୍ଷରୁ କମ୍ ହେବା ଆବଶ୍ୟକ । ଏବଂ ଆପଣ ଯେପରି କୌଣସି ସରକାରୀ ପଦବୀ ରେ ନଥିବେ , ଏଥି ପ୍ରତି ଧ୍ୟାନ ଦେବେ ।