ଦେଖନ୍ତୁ ଭିଡିଓ: ଯୁଦ୍ଧର ଭୟଙ୍କର ଦୃଶ୍ୟ, ଇସ୍ରାଏଲରେ ଚାଲିଥିଲା ମ୍ୟୁଜିକ୍ ପାର୍ଟି ହଠାତ୍ ହେଲା ମିସାଇଲ୍ ଆକ୍ରମଣ

 
Israel music party

ଫିଲିସ୍ତିନର ଭୟଙ୍କର ଆକ୍ରମଣ ଇଜ୍ରାଏଲ୍ ଉପରେ। ତାହା ପୁଣି ସେତେବେଳେ ଯେତେବେଳେ ସେମାନେ ଏକ ନୃତ୍ୟ ସମାହାରରେ ବ୍ୟସ୍ତ ଥିଲେ। ଘଟଣା ଟିକୁ ଦେଖିଥିବା ଲୋକ ମାନଙ୍କର କଥା ଶୁଣିଲେ ହୁଏତ ଆପଣଙ୍କର ରୁମ ଟାଙ୍କୁରି ଉଠିବ। ସୀମାର କିଛି କିଲୋମିଟର ଦୂରରେ ପ୍ରାୟ ୨୬୦ ମୃତ ଦେହ ରଖିଥିଲେ ସେମାନେ।

ଛୁ

ଫିଲିସ୍ତିନର ହାମାସ୍ ଜୋଦ୍ଧା ମାନେ ଏକଦା ଇଜ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଯେଉଁ ସମୟରେ କି ଇଜରାଏଲ୍ ର ଲୋକ ମାନେ ଏକ ପର୍ବ ପାଳନ କରିବାରେ ବ୍ୟସ୍ତ ଥିଲେ। ଗାଜା ଇଜରାଏଲ ସୀମା ନିକଟରେ ଥିବା ସୁକୋତ୍ ପର୍ବରେ ହଜାର ହଜାର ୟୁହୁଦି ସମ୍ପ୍ରଦାୟର ଲୋକ ମାନେ ଏକ ନୃତ୍ୟ ପାର୍ଟି କରୁଥିଲେ। ସେତେବେଳେ ହମାସ ଗୋଟିଏ ପରେ ଗୋଟିଏ ଭୟଙ୍କାରୀ ରକେଟ୍ ଓ ଗୁଳି ଚଳାଇ ଥିଲେ ।

ପରେ ହମାସ୍ ସୀମା ଭିତରକୁ ପ୍ରବେଶ କରି ଉକ୍ତ ଡ୍ୟାନ୍ସ ପାର୍ଟିକୁ ଟାର୍ଗେଟ ବନାଇ ଥିଲେ। ଶନିବାର ସକାଳେ ହାମାସ ଯୋଦ୍ଧା ମାନଙ୍କର ପ୍ରଥମ ଟାର୍ଗେଟ ଥିଲା ନୋଭା ଟ୍ରାନ୍ସ ମ୍ୟୁଜିକ୍ ଫେଷ୍ଟିଭାଲ। ଉକ୍ତ ଅଂଚଳରେ ପଶି ସେ ଭିଡ଼ ଭିତରୁ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ।

କାହାକୁ ଜୀବନରୁ ମାରି ଦେଉଥିଲେ ତ କାହାକୁ ଅପହରଣ କରି ଦେଉଥିଲେ। ଇଜ୍ରାଏଲ ର ସରକାରଙ୍କ କହିବା ଅନୁସାରେ କଂସର୍ଟ ଅଞ୍ଚଳରୁ ଅତି କମରେ ୨୬୦ଟି ମୃତ ଦେହ ଉଦ୍ଧାର କରା ଯାଇଛି। ସାରା ଦେଶରେ ଅତି କମରେ ୭୦୦ ଲୋକଙ୍କର ମୃତ୍ୟୁ ହୋଇଛି।