ପ୍ରେମ କରି ଭାରତକୁ ଆସିଥିବା ପାକିସ୍ତାନୀ ମହିଳାଙ୍କୁ ଫେରାଇବାକୁ ପାକିସ୍ତାନରୁ ଆସିଲା ବଡ଼ ଧମକ, ଜାଣନ୍ତୁ ପୁରା ଖବର

 
Pakistani women

ପ୍ରେମ କାହା ସହ ଏବଂ କେମିତି ମଧ୍ୟ ହୋଇପାରେ, ଏହାର ଜ୍ୱଳନ୍ତ ଉଦାହରଣ ଏବେ ଭାରତରେ ଦେଖା ଯାଇଛି । PUBG ଖେଳରୁ ପ୍ରେମ କରି ହିନ୍ଦୁ ଯୁବକଙ୍କୁ ବାହା ହେବା କୁ ପାକିସ୍ତାନ ଛାଡି ଭାରତ ଆସିଥିବା ସୀମା ହାଇଦର କୁ ନେଇ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି ।

ପ୍ରେମ ରେ ପାଗଳ ହୋଇ ବେଇଆନ ଭାବେ ଭାରତ ଆସି 4 ଦିନ ଜେଲରେ ରହିଥିଲେ ଏବଂ ଜାମିନରେ ଆସି ଏବେ ପ୍ରେମିକ ସଚିନ ଙ୍କ ସହ ତାଙ୍କ ଘରେ ରହୁଛନ୍ତି । ତେବେ ସୀମା ସଚିନ ଙ୍କ ଠାରୁ ବୟସରେ ବଡ଼ ଏବଂ ଏବେ ସେ ଗ୍ରେଟର ନୋଏଡା ରେ ସଚିନ ଙ୍କ ସହ 4 ପିଲା ଙ୍କୁ ଧରି ପାକିସ୍ତାନ ଛାଡି ଭାରତ ଚାଲି ଆସିଛନ୍ତି ।

Pakistani women

ଏହି ଘଟଣା ପରେ ପାକିସ୍ତାନରେ ର ରହୁଥିବା ହିନ୍ଦୁ ମାନେ ଭୟଭୀତ ହୋଇ ଉଠିଛନ୍ତି । କାରଣ ଗତ କାଲି ପାକିସ୍ତାନର ଏକ ଡାକୁ ଦଳ ଏକ ଭିଡିଓ ଜାରି କରି କହିଛନ୍ତି ସୀମା ହାଇଦର କୁ ତୁରନ୍ତ ପାକିସ୍ତାନ କୁ ଫେରାଇ ଦିଅ ଚେତ ପରିଣାମ ଭୟଙ୍କର ହେବ ।

ତାପରେ ପାକିସ୍ତାନରୁ ଆସୁଛି ଭାରତ କୁ ବଡ଼ ଧମକ । ସୀମା ଙ୍କୁ ଜଲ୍ଦି ଫେରାଇ ଦିଅ ନ ହେଲେ ହିନ୍ଦୁ ଙ୍କ ମନ୍ଦିର ଧ୍ଵଂସ କରିଦେବୁ ଏବଂ ବିନାଶ କରିବୁ । ପାକିସ୍ତାନର କିଛି ଡାକୁ ଏବେ ବଡ଼ ପ୍ଲାନ କରୁଛନ୍ତି ବୋଲି ଏକ ରିପୋର୍ଟ ରେ ଜଣା ପଡିଛି । ଏହି ଡାକୁ ଦଳ ମଧ୍ୟରୁ ଜଣେ ଦଳ ଏହି ଭିଡିଓ ଜାରି କରିଛି ।