୧୪ ବର୍ଷର ନାବାଳକକୁ ପ୍ରେମ କରି ବିବାହ କଲେ ୩୨ ବର୍ଷର ଯୁବତୀ, ଆଉ ତାପରେ ଘଟିଲା ଯାହା ଘଟିଲା ଜାଣନ୍ତୁ
ଏପରି ଏକ ପ୍ରେମ ଜନିତ ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶ ଉନାରୁ । ସେଠାରେ ରହୁଥିବା ଜଣେ ୩୨ ବର୍ଷୀୟ ଯୁବତୀ ପଡୋଶୀ ଘରେ ରହୁଥିବା ୧୪ ବର୍ଷ ବୟସର ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି । ବିବାହ ସଂପର୍କରେ ପରିବାର ଲୋକେ ଖବର ପାଇବା ପରେ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି ।
WhatsApp channel and get all the Latest news
ପରିବାର ଲୋକଙ୍କ କହିବା ଅନୁସାରେ ଯୁବତୀ ଜଣଙ୍କ ତାଙ୍କ ପୁଅକୁ ଡରାଇ ଧମକାଇ ଜୋର୍ ଜବରଦସ୍ତ ବିବାହ କରିଛନ୍ତି । ଏ ନେଇ ପରିବାର ଲୋକେ ଉନା ପୋଲିସ୍ ଷ୍ଟେସନ୍ ରେ ନ୍ୟାୟ ମାଗିଛନ୍ତି । ହେଲେ ଏ ନେଇ ଯୁବତୀ ଜଣଙ୍କ କହିଛନ୍ତି ଯେ ସେମାନେ ଦୁହେଁ ନିଜ ଇଚ୍ଛାରେ ପ୍ରେମ ବିବାହ କରିଛନ୍ତି । ଏପରି କି କୋର୍ଟ ମ୍ୟାରେଜ୍ ମଧ୍ୟ କରିଛନ୍ତି ।
ହେଲେ ପରିବାର ଲୋକେ ଏହାକୁ ଗ୍ରହଣ କରି ନାହାନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ପୁଅକୁ ୧୪ ବର୍ଷ ହୋଇଥିବା ବେଳେ କୋର୍ଟ ମ୍ୟାରେଜ କିପରି ସମ୍ଭବ ହେଲା । ଯଦି ଏପରି କିଛି ହୋଇଛି ତେବେ ଆମକୁ କାଗଜ ପତ୍ର ଦେଖାନ୍ତୁ । ପରିବାର ଲୋକେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ସେ ତାଙ୍କ ପୁଅକୁ କିଡନାପ କରି ନେଇ ବିବାହ କରିଛନ୍ତି । ଯେଉଁଥିରେ ତାଙ୍କ ପୁଅର କୌଣସି ସମ୍ମତି ନାହିଁ ।