ଆସୁଛି ନୂଆ ନିୟମ! ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଲେ ଯିବାକୁ ପଡ଼ିବ ଜେଲ୍, ଜାଣନ୍ତୁ ପୂରା ଖବର

 
Sex

ପାଶ୍ଚାତ୍ୟ ଦେଶ ଗୁଡିକରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏକ ସାଧାରଣ କଥା ଅଟେ। ଏପରିକି ଆମ ଦେଶ ଭାରତରେ ମଧ୍ୟ ଯୁବକ ଯୁବତୀ ମାନଙ୍କୁ ବିବାହ ପୂର୍ବରୁ ଲିଭ୍-ଇନରେ ରହିବା ପାଇଁ ସରକାର ଅନୁମତି ଦେଉଛନ୍ତି। କିନ୍ତୁ, ଆଜିବି ଏଭଳି ଏକ ଦେଶ ମଧ୍ୟ ରହିଛି ଯେଉଁଠାରେ ଅବିବାହିତ ଅବସ୍ଥାରେ ସେକ୍ସ କରିବା ଏକ ପ୍ରକାର ଅପରାଧ ଅଟେ।

Sex

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ସର୍ବବୃହତ ମୁସଲିମ୍ ଦେଶ ଇଣ୍ଡୋନେସିଆରେ ଏଭଳି ହିଁ ଏକ ନିୟମ ପ୍ରଣୟନ ହେବାକୁ ଯାଉଛି। ବିବାହ ପୂର୍ବରୁ ସେକ୍ସ କରିଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି ଏଠାକାର ସରକାର ଏକ ନିୟମ ଆଣିବାକୁ ଯାଉଛନ୍ତି। ପୂର୍ବରୁ ମଧ୍ୟ ଏଥିନେଇ ବିଚାର ବିମର୍ଶ ଚାଲିଥିବା ବେଳେ ଅନ୍ତତଃ ଏହି ନିୟମ ଲାଗୁ କରାଯିବ ବୋଲି ଶୁଣିବାକୁ ମିଳୁଛି।

Arrested

ଏହି ନିୟମ ଅନୁଯାଇ ଯଦି ବ୍ୟଭିଚାର କରୁଥିବା ପତିଙ୍କ ପତ୍ନୀ ଓ ପତ୍ନୀଙ୍କ ପତି କିମ୍ବା ପରିବାରଙ୍କ ପକ୍ଷରୁ ଅଭିଯୋଗ ହୁଏ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସୁଥିବା ନିୟମକୁ ଇଣ୍ଡୋନେସିଆର ଦଣ୍ଡବିଧାନ ଧାରା ୪୧୩ ପାରାଗ୍ରାଫ-୧ରେ ସ୍ଥାନିତ କରାଯିବ ବୋଲି ଜଣାଯାଇଛି। ପୂର୍ବରୁ ଏହି ଆଇନ ଆଣିବା ପାଇଁ ପ୍ରଚେଷ୍ଟା ଚାଲିଥିଲେ ହେଁ ଏହାକୁ ଦେଶରେ କଡା ବିରୋଧ କରାଯାଇଥିଲା।