ଦ୍ରୌପଦୀ ମୁର୍ମୁଙ୍କୁ ଏପରି ନିବେଦନ କରି ଚର୍ଚ୍ଚାରେ ଯଶୱନ୍ତ ସିହ୍ନା, କହିଲେ- ଯଦି ଆପଣ ରାଷ୍ଟ୍ରପତି ହୁଅନ୍ତି ତାହାଲେ କେବେବି...

 
Request

ଆସନ୍ତା ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ଏଥିନେଇ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା କରା ଯାଉଥିବା ବେଳେ ଏବେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଏକ ଖାସ୍ ନିବେଦନ କରିଛନ୍ତି ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା। ଯଦି ଦ୍ରୌପଦୀ ଏହି ନିର୍ବାଚନ ଜିତନ୍ତି ତେବେ ସେ କେବଳ ଏକ ରବର ଷ୍ଟାମ୍ପ ହୋଇ ନ ରହିବା ପାଇଁ ଯଶୱନ୍ତ ନିବେଦନ କରିଛନ୍ତି।

Yaswant sinha

 ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ ହେଁ ଯଶୱନ୍ତ ଦ୍ରୌପଦୀଙ୍କ ଠାରୁ ଯେଉଁ ପ୍ରତିଶୃତି ମାଗିଛନ୍ତି ସେଥିନେଇ ରାଜନୈତିକ ମହଲରେ ବେସ୍ ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ ନିଜେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ନେଇ ମଧ୍ୟ ଯଶୱନ୍ତ କହିଛନ୍ତି ଯେ,"ମୁଁ ସ୍ଥିର କରିଛି ଯେ ଯଦି ମୁଁ ନିର୍ବାଚିତ ହୁଏ, ତେବେ ମୁଁ କେବଳ ସମ୍ବିଧାନ ପାଇଁ ଉତ୍ତରଦାୟୀ ହେବି। ଯଦି କେହି ସମ୍ବିଧାନର ଖିଲାପରେ ଯାଆନ୍ତି କିମ୍ବା ଆଇନ ନମାନନ୍ତି ତେବେ ସିଏ ଯିଏ ବି ହେଉ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି"।

Draupadi murmu

 ଏହା ବ୍ୟତୀତ ବର୍ତ୍ତମାନ କ୍ଷମତାରେ ଥିବା ସରକାରଙ୍କ କାର୍ଯ୍ୟକାରିତା ଉପରେ ମଧ୍ୟ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ନିର୍ବାଚିତ ହେଲେ ସରକାରଙ୍କ ଦ୍ଵାରା ସମ୍ବିଧାନ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରିବେ ବୋଲି ଯଶୱନ୍ତ ସ୍ପଷ୍ଟ ଭାବରେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଲେକଟୋରାଲ କଲେଜରେ ମୋଟ୍‌ ୪,୮୦୯ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୭୬ ସାଂସଦ ଥିବା ବେଳେ ୪୦୩୩ ଜଣ ବିଧାୟକ ରହିଛନ୍ତି। ଆଗାମୀ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ କିଏ ଏହି ବାଜି ଜିତିବ ସେଥିନେଇ ସମସ୍ତଙ୍କ ନଜ଼ର ରହିଛି।