କାଶ୍ମୀରକୁ ନେଇ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ବଡ଼ ବୟାନ! କହିଲେ, ଯଦି ମୁଁ ରାଷ୍ଟ୍ରପତି ହେବି ତାହେଲେ…

 
Yashwant

ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ସାରା ଦେଶରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହାରି ଭିତରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା ଦେଶର ବିଭିନ୍ନ ଅଞ୍ଚଳକୁ ଯାଇ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଏହାରି ଭିତରେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ଜାମ୍ମୁ କାଶ୍ମୀର ଗସ୍ତ କରିଛନ୍ତି। ସେଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ସେ ଏପରି କିଛି କହିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Yashwant sinha in kashmir

ପ୍ରକୃତରେ ANI ଅନୁଯାୟୀ ଯଶୱନ୍ତ ସିହ୍ନା କହିଛନ୍ତି ଯେ," ଯଦି ମୁଁ ନିର୍ବାଚିତ ହୁଏ ... ତେବେ ମୋର ଅନ୍ୟତମ ପ୍ରାଥମିକତା ହେଉଛି କାଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ ଓ ଜାମ୍ମୁ କାଶ୍ମୀରରେ ଶାନ୍ତି, ନ୍ୟାୟ, ଗଣତନ୍ତ୍ର, ସାମାନ୍ୟ ସ୍ଥିତିକୁ ଫେରାଇ ଆଣିବା ଏବଂ ଶତ୍ରୁତାପୂର୍ଣ୍ଣ ବିକାଶକୁ ସମାପ୍ତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିବା।" କେବଳ ଏତିକି ନୁହେଁ ସେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଓ ମେହବୁବା ମୁଫ୍ତିଙ୍କର ପ୍ରଶଂସା କରିଛନ୍ତି।

Yashwant sinha

ଏହି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସବୁଠାରୁ ବଡ଼ ଦେଶଭକ୍ତର ଆଖ୍ୟା ଦେବା ସହିତ ଯଦି ସେମାନଙ୍କର ଦେଶପ୍ରେମ ଉପରେ ଆଙ୍ଗୁଳି ଉଠୁଛି ତେବେ ଆମ୍ଭମାନଙ୍କ ମଧ୍ୟରୁ କାହାରି ଦେଶପ୍ରେମ ନାହିଁ ବୋଲି ଯଶୱନ୍ତ କହିଛନ୍ତି। ଏହା ବ୍ୟତୀତ ସେ କାଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦କୁ ବିରୋଧ କରିବା ସହିତ ଜାମ୍ମୁ କାଶ୍ମୀରକୁ ପୁଣି ରାଜ୍ୟର ମାନ୍ୟତା ମିଳିବା ଏବଂ ଶୀଘ୍ର ବିଧାନସଭାର ନିରପେକ୍ଷ ନିର୍ବାଚନ କରାଯିବା ଉଚିତ୍ ବୋଲି ମତ ରଖିଛନ୍ତି।