ସ୍କୁଟିରେ ଯାଉଥିବା ମହିଳାଙ୍କୁ ଜୋରଦାର ଧକ୍କା ଦେଲା ଟ୍ରକ, ଘଟିଲା ଏମିତି ଚମତ୍କାର ଯେ ହୋଇଯିବେ ତାଜୁବ୍, ଦେଖନ୍ତୁ ଭିଡ଼ିଓ

 
Scooty truck

"କଥାରେ ଅଛି ରଖେ ହରି ମାରେ କିଏ"। ଯେତେ ବଡ଼ ବିପଦ ହୋଇ ଥାଉ ନା କାହିଁକି ଭଗବାନ ଯଦି ସାହା ହେବେ ଏବଂ ଭାଗ୍ୟ ଭଲ ଥିଲେ ମଣିଷ ବିପଦରୁ ନିଶ୍ଚିତ ଉଦ୍ଧାର ପାଇ ପାରିବ। ପୂର୍ବରୁ ମଧ୍ୟ ଏହାର ଅନେକ ଉଧାରଣ ଦେଖିବାକୁ ମିଳିଥିବା ବେଳେ ଏବେ ସଡ଼କ ଦୁର୍ଘଟଣାରୁ ଜଣେ ମହିଳା ଅଲୌକିକ ଭାବରେ ବର୍ତ୍ତି ଯାଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

Scooty

ଭିଡ଼ିଓଟିରେ ଜଣେ ମହିଳା ସ୍କୁଟି ଧରି ପେରମପଲ୍ଲି ଅଞ୍ଚଳରେ ରାସ୍ତା ପାର ହେଉଥିବା ଦେଖିବାକୁ ମିଳୁଛି। ହଠାତ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଉଛି। ଟ୍ରକଟିର ବେଗ ଏତେ କ୍ଷିପ୍ର ରହିଥିଲା ଯେ ସ୍କୁଟିଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିରୁଜି ଯାଉଛି। ମହିଳା ଜଣକ ଦୁର୍ଘଟଣାରେ ଝିଟିକି ପଡୁଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-

ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରୁଛନ୍ତି। ଏତେ ଭୟଙ୍କର ଦୁର୍ଘଟଣା ସତ୍ତ୍ୱେ ମହିଳା ହେଲମେଟ ପିନ୍ଧିଥିବା ହେତୁ ବର୍ତ୍ତି ଯାଉଛନ୍ତି। ଅବଶ୍ୟ ତାଙ୍କର ଗୋଡ଼ ଏବଂ ଅଣ୍ଟାରେ ସାମାନ୍ୟ ଆଘାତ ଲାଗିଥିବା ଜଣାଯାଇଛି। ଦୁର୍ଘଟଣାର ଏହି ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଧ୍ରୁତ ଗତିରେ ଭାଇରାଲ ହେଉଛି।