ଦେଖନ୍ତୁ ଭିଡ଼ିଓ: ଫଣା ଟେକି ଠିଆ ହୋଇଥିଲା ସାପ! ଏପରି ଭାବରେ କୁନି ପୁଅର ଜୀବନ ବଞ୍ଚାଇଲା ମାଆ….
ମାଆଟିଏ ନିଜ ସନ୍ତାନର ରକ୍ଷା କବଚ ସଦୃଶ ହୋଇଥାଏ। ଯେତେ ଝଡ଼ ଝଞ୍ଜା ହେଉ ଅଥବା କୌଣସି ବିପଦ ନିଜ କଥା ନ ଭାବି ମାଆଟିଏ ସନ୍ତାନକୁ ରକ୍ଷା କରିବାକୁ ପଛାଇନଥାଏ। ତେବେ, ଏକ ବିଷଧର ନାଗ ସାପ ଠାରୁ ମାଆଟିଏ ନିଜ ପିଲାକୁ ରକ୍ଷା କରୁଥିବାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣାଟି କର୍ଣ୍ଣାଟକର ମାଣ୍ଡିଆ ଅଞ୍ଚଳରୁ ଆସିଥିବା ଜଣାଯାଇଛି।
ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ମହିଳା ନିଜ ପୁଅ ସହିତ ଘରୁ ବାହାରକୁ ଆସୁଥିଲେ। ଏହି ସମୟରେ ସିଢ଼ି ତଳେ ଏକ ବିରାଟକାୟ ନାଗ ସାପ ଯାଉଥିଲା। ଶିଶୁଟି ଅଜାଣତରେ ଗୋଡ଼ ରଖିବାକୁ ଯାଉଥିବା ବେଳେ ସାପଟି ପଛକୁ ହଟି ଯାଇ ପୁଣିଥରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ତେବେ, ସେଠାରେ ଉପସ୍ଥିତ ଥିବା ମହିଳା ଜଣକ ନିଜ ପୁଅକୁ ଟାଣି ଆଣି ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଥିଲେ। ଦେଖନ୍ତୁ ଭିଡ଼ିଓ:-
#Watch | In a shocking incident caught on a CCTV camera, a mother saved her little son from a huge cobra in Mandya, Karnataka.#ITReel #Karnataka #cobra pic.twitter.com/jwuDPBCnIU
— IndiaToday (@IndiaToday) August 13, 2022
ଘଟଣାଟି କର୍ଣ୍ଣାଟକର ମାଣ୍ଡିଆ ସ୍ଥିତ ମଦଦୁର ବୈଦ୍ୟନାଥପୁର ରୋଡରେ ଘଟିଥିବା ଜଣାଯାଏ। ଏହି ଲୋମ ଟାଙ୍କୁରା ଦୃଶ୍ୟଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରଠାରୁ ଏହା ଲୋକଙ୍କୁ ଖୁବ ପସନ୍ଦ ଆସିଛି। ଲୋକେ ମହିଳାଙ୍କୁ ତାଙ୍କର ସାହାସିକତା ପାଇଁ ବେସ୍ ପ୍ରଶଂସା କରୁଛନ୍ତି।