ପେସାରେ ଓକିଲ, ୩ ମାସ ପୂର୍ବରୁ ସୋସାଇଟିରେ ନେଇଥିଲେ ଭଡ଼ାଘର, ଜାଣନ୍ତୁ କିଏ ଏହି ସୁରକ୍ଷାକର୍ମୀଙ୍କୁ ଗାଳି ଓ ମାଡ଼ ମାରିଥିବା ମହିଳା

 
Arrested

ନୋଏଡ଼ା ସ୍ଥିତ ଏକ ଅପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡଙ୍କୁ ଜଣେ ମହିଳା ଅତି ଅଶ୍ଲୀଳ ଭାଷାରେ ଗାଳି କରୁଥିବା ଏବଂ ସାର୍ଟ କଲର୍ ଧରି ମାଡ଼ ମରୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ତେବେ, ମିଳିଥିବା ସୂଚନା ଅନୁଯାଇ ସମ୍ପୃକ୍ତ ମହିଳା ଜଣଙ୍କୁ ପୋଲିସ ଗିରଫ କରି ୧୪ ଦିନିଆ କସ୍ଟଡିରେ ରଖିଛି। ମହିଳା ଜଣକ ପେସାରେ ଜଣେ ଓକିଲ ହୋଇଥିବା ମଧ୍ୟ ଜାଣିବାକୁ ମିଳିଛି।

Bhavna

ନୋଏଡ଼ା ସେକ୍ଟର-୧୨୬ର ୱିସଟାୱାର ସୋସାଇଟିରେ ଏହି ଘଟଣା ଘଟି ଯାଇଥିଲା। ଅଭିଯୁକ୍ତ ମହିଳା ଜଣଙ୍କ ନାମ ଭବ୍ୟା ରାୟ ହୋଇଥିବା ବେଳେ ଦକ୍ଷିଣ ଦିଲ୍ଲୀ ସାକେତ କୋର୍ଟରେ ସେ ଓକିଲ ଭାବରେ କାମ କରନ୍ତି। ଗତ ତିନି ମାସ ତଳେ ସେ ଏହି ସୋସାଇଟିକୁ ରହିବା ପାଇଁ ଆସିଥିଲେ। ନୋଏଡା ସେକ୍ଟର-୧୨୬ ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା 153-A, 323, 504, 505 (2), 506 ଅନୁଯାୟୀ ଭବ୍ୟାଙ୍କ ବିରୋଧରେ ମାମଲା ରୁଜୁ କରିଛି।

Arrested

 ଗିରଫ ପରେ ତାଙ୍କୁ କୋର୍ଟରେ ମଧ୍ୟ ହାଜର କରାଯାଇଥିଲା। କୋର୍ଟ ଅଭିଯୁକ୍ତ ମହିଳାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ। ଅନ୍ୟପକ୍ଷରେ ପୀଡିତ ସିକ୍ୟୁରିଟି ଗାର୍ଡ ଅନୁପ କୁମାରଙ୍କ କହିବା ଅନୁଯାଇ ସେଦିନ ଗେଟ ପାଖରେ ଆଉ ଏକ କାର ଲାଗିଥିବାରୁ କିଛି ସମୟ ବିଳମ୍ବ ହେବ ବୋଲି ସେ ଭବ୍ୟାଙ୍କୁ କହିଥିଲେ। କିନ୍ତୁ, ନିଶାଗ୍ରସ୍ତ ଥିବା ଭବ୍ୟା କାରରୁ ଓଲ୍ହାଇ ଗାଳି କରିବା ସହିତ ତାଙ୍କ ସାର୍ଟ ଟାଣି ଚିରି ଦେଇଥିଲେ।