ମୂଷା ମାରିବାକୁ ଟମାଟୋରେ ବିଷ ଦେଇଥିଲେ, ହେଲେ ଏଭଳି ଭାବରେ ଚାଲିଗଲା ମହିଳାଙ୍କ ଜୀବନ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Rat

ମୂଷା ମାରିବାକୁ ଯାଇ ନିଜ ଜାଲରେ ନିଜେ ଫସିଗଲେ ମହିଳା। କଥାରେ ଅଛି ‘ଯେ ପାଞ୍ଚେ ପର ମନ୍ଦ…ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ’। ମହିଳା ଜଣକ ମୂଷା ମାରିବା ପାଇଁ ବିଷ ବୋଳା ହୋଇଥିବା ଟମାଟୋ ରଖିଥିବା ବେଳେ ଭୁଲବଶତଃ ଏହାକୁ ଖାଇ ମୃତ୍ୟୁ ବରଣ କରିଛନ୍ତି। ମୁମ୍ବାଇରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Rat

ମିଳିଥିବା ସୂଚନା ଅନୁଯାଇ ରେଖା ନିଷାଦ ନାମକ ଜଣେ ମହିଳା ନିଜ ସ୍ୱାମୀ ଓ ଦିଅରଙ୍କ ସହିତ ମୁମ୍ବାଇର ମଲାଡ଼ ଅଞ୍ଚଳରେ ରହୁଥିଲେ। ତେବେ, ସେ ରହୁଥିବା ଘରେ ଦିନକୁ ଦିନ ମୂଷାଙ୍କ ଉପଦ୍ରବ ବଢ଼ିବାରେ ଲାଗିଥିଲା। ଏଥିରେ ଅତିଷ୍ଠ ହୋଇ ରେଖା ସେମାନଙ୍କୁ ମାରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଘରର ବିଭିନ୍ନ ସ୍ଥାନରେ ବିଷ ବୋଳା ଟମାଟୋ ରଖିଦେଇଥିଲେ।

Maggie

ତେବେ, ଏହାର କିଛି ଦିନ ପରେ ଭୁଲବଶତଃ ସେ ସେହି ବିଷ ଟମାଟୋକୁ ମ୍ୟାଗିରେ ପକାଇ ଖାଇ ଦେଇଥିଲେ। କିଛି ସମୟ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା। କିନ୍ତୁ, ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଉଁ ପରିସ୍ଥିତିରେ ସେ ଏଭଳି ଭୁଲ କରିଲେ ସେଥିନେଇ କିଛି ସ୍ପଷ୍ଟ ଜଣା ପଡ଼ିନାହିଁ। ତେବେ, ସୋସିଆଲ ମିଡିଆରେ ସମ୍ପୃକ୍ତ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।