ରାହୁଲଙ୍କ ନାମରେ ସମସ୍ତ ସମ୍ପତ୍ତି ଲେଖିଦେଲେ ବୃଦ୍ଧା! ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ସହ ସୁନା କଲେ ଦାନ, କାରଣ ଜାଣି ହେବେ ତାଜୁବ୍ 

 
Rahul

ସାଧାରଣତଃ ପରିଣତ ବୟସରେ ଲୋକେ ନିଜ ପୁଅ ଝିଅଙ୍କ ନାମରେ ସମସ୍ତ ସମ୍ପତ୍ତି କରିଦେଇଥାନ୍ତି। କିନ୍ତୁ, ଉତ୍ତରାଖଣ୍ଡରେ ଏଭଳି ଜଣେ ବୃଦ୍ଧା ରହିଛନ୍ତି ଯିଏକି ନିଜର ସମସ୍ତ ସମ୍ପତ୍ତି ରାହୁଲ ଗାନ୍ଧୀଙ୍କ ନାମରେ ଲେଖି ଦେଇଛନ୍ତି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଡେହରାଡୁନ ନିବାସୀ ୭୮ ବର୍ଷିୟା ପୁଷ୍ପା ମ୍ୟୁନଜିୟାଲ ଏଭଳି କାମ କରିଥିବା ଜଣାଯାଇଛି।

Rahul gandhi

ଗୋଟିଏ ପଟେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜିତ ହୋଇଥିବା ବେଳେ କେନ୍ଦ୍ରରେ ମଧ୍ୟ ଏହାର ଅସ୍ତିତ୍ୱ ହଜିବାରେ ଲାଗିଛି। ଏଭଳି ସମୟରେ ବୃଦ୍ଧାଙ୍କର ଏଭଳି ନିଷ୍ପତ୍ତି ଅନେକଙ୍କୁ ଚକିତ କରି ଦେଇଛି। ଦେଶକୁ ରାହୁଲଙ୍କର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୁଷ୍ପା। ପୁଷ୍ପା ସର୍ବମୋଟ ନିଜର ୫୦ ଲକ୍ଷ ମୂଲ୍ୟର ସମ୍ପତ୍ତି ସହିତ ୧୦ ତୋଳା ସୁନା ରାହୁଲଙ୍କୁ ଦାନ କରିଛନ୍ତି।

Donated

ପୁଷ୍ପାଙ୍କ କହିବା ମୁତାବକ ରାହୁଳଙ୍କର ଚିନ୍ତାଧାରା ସହିତ ତାଙ୍କର ଚିନ୍ତାଧାରା ମିଶିଥାଏ। ଏହାଛଡ଼ା ସ୍ୱାଧୀନତା ପରଠାରୁ ଦେଶ ପାଇଁ ଗାନ୍ଧୀ ପରିବାରର ଢେର ଅବଦାନ ରହିଛି ବୋଲି ପୁଷ୍ପା ଅନୁଭବ କରନ୍ତି। ଏପରିକି ଦେଶର ଆଖଣ୍ଡତାକୁ ରକ୍ଷା କରିବାକୁ ଯାଇ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ପ୍ରମୁଖ ନିଜର ଜୀବନ ଦେବାକୁ ପଛାଇ ନଥିଲେ। ସେମାନଙ୍କର ଏଭଳି ଅବଦାନରେ ଅନୁପ୍ରାଣିତ ହୋଇ ପୁଷ୍ପା ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।