ଦେଖନ୍ତୁ ଭିଡ଼ିଓ: ହୃଦୟଥରା ଦୁର୍ଘଟଣା! ରାସ୍ତାରେ ଚାଲୁଥିବା ସମୟରେ ଖୋଲାଥିବା ମ୍ୟାନହୋଲ୍ ଭିତରେ ଖସିପଡିଲେ ଏହି ମହିଳା, ଆଉ ତାପରେ...

ରାସ୍ତାରେ ଖୋଲା ପଡ଼ିଥିବା ମ୍ୟାନହୋଲରେ ବିଭିନ୍ନ ସମୟରେ ଲୋକେ ପଡି ଆହତ ହେବା ସହିତ ମୃତ୍ୟୁ ବରଣ କରୁଥିବା ଭଳି ଅନେକ ଖବର ଶୁଣିବାକୁ ମିଳିଥାଏ। ତେବେ, ବିହାରର ରାଜଧାନୀ ପାଟନା ଠାରେ ଜଣେ ମହିଳା ଏକ ମ୍ୟାନହୋଲ ଭିତରେ ପଡିଯାଉଥିବାର ହୃଦୟଥରା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ଏହି ଭିଡ଼ିଓରେ ବ୍ୟସ୍ତବହୁଳ ଏକ ରାସ୍ତା ଉପରେ ଜଣେ ମହିଳା ଚାଲୁଥିବା ଦେଖିବାକୁ ମିଳୁଛି। ତେବେ, ଫୋନରେ କଥା ହୋଇ ଚାଲି ଯାଉଥିବା ଏହି ମହିଳା ଜଣକ ହଠାତ ଖୋଲାପଡ଼ିଥିବା ଏକ ମ୍ୟାନହୋଲ ଭିତରେ ପଡ଼ି ଯାଆନ୍ତି। ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ମାତ୍ର କେଇ ସେକେଣ୍ଡ ଭିତରେ ସଫଳ ହେଉଛନ୍ତି। ଦେଖନ୍ତୁ ଭିଡ଼ିଓ:-
पूरे पटना शहर में हज़ारों ऐसे मैनहोल हैं जिनमें ढक्कन नहीं है! सरकार को रत्तीभर फ़िक्र नहीं है नागरिकों की! pic.twitter.com/WWiN5An7Qi
— RJD Patna (@patna_RJD) April 22, 2022
ଏହି ଦୁର୍ଘଟଣାରେ ଲୋକଙ୍କ ଉପସ୍ଥିତ ବୁଦ୍ଧି ହେତୁ ମହିଳାଙ୍କ ଜୀବନ ବଞ୍ଚି ଯାଉଛି କିନ୍ତୁ ଏହି ଭିଡ଼ିଓ ସହରର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ପାଟନା ସହର ୱାର୍ଡ ନମ୍ବର ୫୬ରେ ଘଟିଥିବା ଏହି ପ୍ରସଙ୍ଗରେ ବିହାରର ମୁଖ୍ୟ ବିରୋଧୀ ଦଳ ଆରଜେଡି ସହରରେ ଖୋଲା ରହିଥିବା ମ୍ୟାନହୋଲ ଏବଂ ସ୍ଥାନୀୟ ପ୍ରଶାସନର କାର୍ଯ୍ୟ ପାଇଁ ସରକାରଙ୍କୁ ଟାର୍ଗେଟ କରିଛି।