ଝିଅ ବାହାଘରକୁ ଥିଲା ମାତ୍ର ୧୦ ଦିନ, ସୁନା ଗହଣା ଧରି ପ୍ରେମିକ ସହିତ ଛୁ ମାରିଲା ମାଆ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Marriage

ଝିଅ ବିବାହ ପାଇଁ ସବୁ ପ୍ରସ୍ତୁତି ସରିଥିଲା, ଏପରିକି ବନ୍ଧୁ-ବାନ୍ଧବ ମାନଙ୍କ ମଧ୍ୟରେ ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟା ସରିଥିଲା। କିନ୍ତୁ, ଏହାରି ଭିତରେ କନିଆଁର ମାଆ ନିଜର ଅସଲ ରୂପ ଦେଖାଇ ଦେଲେ। ନିଜ ଝିଅ ବିବାହ ପାଇଁ ରଖାଯାଇଥିବା ଟଙ୍କା ଓ ସୁନାଗହଣାକୁ ନେଇ ପ୍ରେମିକ ସହିତ ମହିଳା ଜଣକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

Marriage

ମାଙ୍ଗାଲୋର ସ୍ଥିତ କୋତବଲି ଅଞ୍ଚଳରେ ଏଭଳି ହିଁ ଏକ ଘଟଣା ଘଟି ଯାଇଛି। ଏଠାରେ ରହୁଥିବା ୩୮ ବର୍ଷୀୟା ରମାଙ୍କ (ଛଦ୍ମନାମ) ବଡ଼ ଝିଅଙ୍କର ବିବାହ ଠିକ ହୋଇଥିଲା। ଆସନ୍ତା ୧୪ ଡିସେମ୍ବରରେ ଝିଅର ବାହାଘର ଥିବା ବେଳେ ରମା ସନ୍ଦେହଜନକ ଅବସ୍ଥାରେ କେଉଁଆଡ଼େ ଫେରାର ହୋଇ ଯାଇଥିଲେ। ଏଥିନେଇ ପରିବାର ଲୋକେ ଥାନାରେ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ।

Ferar

ତେବେ ରମା କାମ କରୁଥିବା କମ୍ପାନୀରେ ସେ ଜଣଙ୍କୁ ଭଲ ପାଉଥିବା ଜଣାପଡିଥିଲା। ଝିଅ ବିବାହ ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କା ଏବଂ ଅଳଙ୍କାର ନେଇ ରମା ନିଜ ପ୍ରେମିକ ସହିତ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ତେବେ, ପୋଲିସ ଏହି ଘଟଣା ପରେ ସେମାନଙ୍କୁ ଖୋଜିବା ପାଇଁ ଲାଗିପଡିଥିବା ସୂଚନା ଦେଇଛି।