ଝିଅର ଭବିଷ୍ୟତ ପାଇଁ ମାଆର ବଳିଦାନ! ଦୀର୍ଘ ୩୦ ବର୍ଷ ପର୍ଯ୍ୟନ୍ତ ପୁରୁଷ ବେଶରେ ବଞ୍ଚୁଛନ୍ତି ଏହି ମହିଳା, ପୂରା ଘଟଣା ଜାଣି ହେବେ ଦୁଃଖିତ

ନିଜର ପୁଅ ଝିଅ ମାନଙ୍କୁ ମଣିଷ କରିବା ପାଇଁ ସବୁ ବାପା ମାଆ ଅନେକ ବଳିଦାନ ଦେଇଥାନ୍ତି। ନିଜର ସୁଖଃ ବିଷୟରେ ଚିନ୍ତା ନ କରି ସେମାନେ ପିଲାମାନଙ୍କ ଭବିଷ୍ୟତ ଗଢ଼ି ତୋଳିବାରେ ବ୍ୟସ୍ତ ରହିଥାନ୍ତି। ତେବେ, ତାମିଲନାଡୁ ଥୁତୁକୁଡି ଜିଲ୍ଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ଼ କରିବା ପାଇଁ ପ୍ରାୟ ୩୦ ବର୍ଷ ହେବ ପୁରୁଷ ବେଶ ଧରାଣ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାଇ ଥୁତୁକୁଡି ଜିଲଲା କାଟୁନାୟକ୍କାନପତ୍ତି ଗାଁର ପେଚିୟାମ୍ମଲ କମ୍ ବୟସରେ ବିବାହ କରିଥିଲେ। ସ୍ୱାମୀଙ୍କ ସହିତ ପରିବାର ଗଢି ତୋଳିବାର ସ୍ୱପ୍ନ ଦେଖୁଥିବା ବେଳେ ବିବାହର ମାତ୍ର ୧୫ ଦିନ ଭିତରେ ତାଙ୍କ ସ୍ୱାମୀ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ଏହାର କିଛି ମାସ ପରେ କାଟୁନାୟକ୍କାନପତ୍ତି ଗର୍ଭବତୀ ହୋଇଥିଲେ ଏବଂ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ସେ ବିଭିନ୍ନ ଚା ଏବଂ ଜଳଖିଆ ଦୋକାନରେ ପ୍ଲେଟ ସଫା କରି ପେଟ ପୋଷିବାକୁ ଲାଗିଥିଲେ।
କିନ୍ତୁ, କିଛି ଲୋକଙ୍କର ଲୋଲୁପ ଦୃଷ୍ଟି ତାଙ୍କ ଉପରେ ପଡିଥିଲା ଫଳରେ ତାଙ୍କୁ କର୍ମକ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଶେଷରେ କାଟୁନାୟକ୍କାନପତ୍ତି ନିଜର ବେଶ ବଦଳାଇ ପୁରୁଷ ଲୋକଙ୍କ ପରି ଛୋଟ ଚୁଟି ରଖିବା ସହିତ ଲୁଙ୍ଗି ଏବଂ ସାର୍ଟ ପିନ୍ଧିବାକୁ ଲାଗିଲେ। ସେବେ କିଛି ଲୋକେ ତାଙ୍କୁ ମୁଥ୍ଥୁ ଡାକିବାକୁ ଲାଗିଥିଲେ। ପରବର୍ତ୍ତୀ ସମୟରେ ଆଧାର କାର୍ଡ, ଭୋଟର ଆଇଡ଼ି ଏବଂ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କ ନାମ ମୁଥ୍ଥୁ ବୋଲି ଦର୍ଶା ଯାଇଥିଲା। ଏବେ, ତାଙ୍କର ଏକମାତ୍ର ଝିଅ ବିବାହ କରିବା ପରେ ତାଙ୍କର ସ୍ୱପ୍ନ ପୂରଣ ହୋଇଥିବା ମୁଥ୍ଥୁ କହିଛନ୍ତି। ଏବେ ୫୭ ବର୍ଷ ବୟସ୍କ ମୁଥ୍ଥୁ ତାଙ୍କର ପୁରୁଷ ହୋଇଥିବା ପରିଚୟ ବଦଳାଇବାକୁ ଚାହୁଁନଥିବା କହିଛନ୍ତି।